Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Inspirational

4.7  

Sambit Srikumar

Abstract Inspirational

ବିଦେଶୀ

ବିଦେଶୀ

1 min
240



ସ୍ବେଚ୍ଛାରେ ଅବା ଲୋକାଚାରର ତାଡ଼ନାରେ 

ନେଇଛୁ ଆଦରି ପାଶ୍ଚାତ୍ୟ ବିଦେଶୀ ସଂସ୍କୃତି 

ହାବଭାବ ଆଦବକାଇଦା ଚାଲିଚଳଣି ରୀତିନୀତି 

ଭାଷା ଭୂଷା ବେଶ ପୋଷାକ ପର୍ବ ପର୍ବାଣୀ 

କାହିଁ କେଉଁ ଅଜ୍ଞାତ କାଳ ଖଣ୍ଡରୁ ବିସ୍ମୃତିର

ଅଥଳ ଗର୍ଭରେ ଲୀନ ଆମ ଐତିହ୍ୟ ଇତିବୃତ୍ତି!!


ସ୍ବଦେଶୀ ପଦାର୍ଥକୁ ଦେଖୁ ଆମେ ହୀନ ଦୃଷ୍ଟିରେ 

ତାଳୁରୁ ତଳିପା ଆମର ଯେ ଗୋଟାପଣେ ଜୁଡୁବୁଡୁ 

ନାନାଦି ବହିରାଗତ ଦରବର ଅମୁହାଁ ମୋହରେ 

ପାଲଟିଛି ଆମ ପ୍ରତିଷ୍ଠା ଆଭିଜାତ୍ୟର ସନ୍ତକ 

ଅତର ଠୁ ମଦିରା ଅବା ଟିଣଡବାର ଅମୃତ 

ହିସାବର ଏଇ ଫର୍ଦ୍ଦ ଅସରନ୍ତି ସୁଦୀର୍ଘ ପ୍ରଶସ୍ତ!! 


ଶିକ୍ଷା ଦୀକ୍ଷା ଚିନ୍ତା ଚେତନା ମନ ପ୍ରାଣ ବିବେକ 

ସାଦରେ ସମର୍ପିତ ବିଦେଶୀ ମୁଦ୍ରାର ପାଦପଦ୍ମରେ 

ଆସିଛି ପରିବର୍ତ୍ତନ ଆମରି ମାନସିକତାରେ 

ବିଦେଶୀ ପ୍ରୀତି ସାଇତା ମନର ନିଭୃତ କୋଣରେ 

ଅନ୍ତରାତ୍ମା ଯେ' ପଡ଼ିଛି ବନ୍ଧା ପ୍ରବାସ ମାଟିରେ

ଆପଣା ଦେଶଟା ପରା ଲାଗଇ ନିହାତି ତୁଛରେ!! 


ମାଟି ମାଆ ସଦା ପର ଆମ୍ଭର ଆବାଲ୍ଯରୁ 

ଘରଦିଅଁ ଛାଡ଼ି ଆମେ ପରଦିଅଁ ପୂଜା କରୁ 

ଅଲୋଡ଼ା ଆମର ଜ୍ଞାତି କୁଟୁମ୍ବ ସଖା ସହୋଦର 

ତୁଟାଇ ଅତୁଟ ସମ୍ପର୍କ ଜନ୍ମର ରକ୍ତର ମାଆର 

ଭିଟାମାଟି ବିକିଭାଙ୍ଗି ଗଢିଛୁ ପ୍ରାସାଦ ନଗରେ 

ଆଉ ବୃଦ୍ଧ ପିତାମାତା ନଜରବନ୍ଦୀ ଜରାଶ୍ରମରେ!!


ସବୁକିଛି ଆପଣା ହାତରେ ଲୁଟାଇସାରିବା ପରେ 

ସ୍ବକୀୟତାକୁ ଦଳି ଚକଟି ନଷ୍ଟ କରିଛୁ ପାଦରେ 

ଲୋକଦେଖାଣିଆ ପରମ୍ପରା ସଂସ୍କୃତି ସୁରକ୍ଷା ଆଢୁଆଳରେ 

ଚଟୁ ଆମିଷ ବେଣ୍ଟ ନିରାମିଷ ତତ୍କାଳୀକ ନ୍ୟାୟରେ 

ଅକାଳେ ସକାଳେ କିମ୍ପାଇଁ ବୃଥା ପ୍ରତିବାଦର ପ୍ରହସନ 

ସଭ୍ଯ ସମାଜରେ ମାନବାଧିକାରର ଖୁଲମଖୁଲା ହନନ?? 



Rate this content
Log in

Similar oriya poem from Abstract