Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract

3  

Sukadev Mahanta

Abstract

ହସ ରହସ୍ୟ

ହସ ରହସ୍ୟ

1 min
340



ଶକୁନୀ ଓଠର ହସ

ବୁଡାଇଲା କୁରୁ ବଂଶ

ରାଜା ମୁଖେ ଅଟହାସ 

ଅହଂକାର ପରିପ୍ରକାଶ  ।


କପଟି ବନ୍ଧୁର ହସ 

କରିଦେବ ସର୍ବ ନାଶ 

କପଟି ପ୍ରେମୀର ହସ 

ନ ବୁଝି ପାରିଲେ ନାଶ 

ଶତ୍ରୁ ମୁଖରେ ହସ 


ଜାଣ ତୁମର ବିନାଶ |

ପିଲାଙ୍କ ମୁଖରେ ହସ 

ମନୁ ଦୁଃଖ କରେ ନାଶ

ପିତାମାତା ମୁଖେ ହସ

ସନ୍ଧାନର ସର୍ବ ବିକାଶ ।


ଅନ୍ୟ ମୁଖେ ଦେଖି ହସ 

ଦେଖି ରଖ ମୁଖେ ହସ 

କାରଣ ତା' ଖୋଜି ବସ 

ତା ପରେ ହସରେ ରସ

ପ୍ରକୃତ ଅଟେ କି କୃତ୍ରିମ ହସ

 ବୁଝି ନ ପାରିଲେ କରୁଣ ରସ ।


ଦୁଃଖରେ କବିତା ହୋଇବ ଶେଷ

ଥିବ ଖାଲି ସେଥି କରୁଣ ରସ

ମନ ପ୍ରାଣ ଜାଳି କରି ପାଉଁଶ

ଥିବ ଖାଲି ଦୁଃଖ ଅବଶୋଷ ।


କାହାରି ଓଠରେ ହସ 

ଦେଖି ଦିଅ ମୃଦୁ ହାସ 

ଶୁଣି ତାର ମିଠା ଭାସ 

ଯଦି ତୁମେ ହସି ଫସ 

ଘଟିପାରେ ସର୍ବନାଶ 

ଦେଖି ପରମୁଖେ ହସ ।


ବୁଝ ଅନ୍ତରର ଭାଷ 

ବିଶ୍ଳେଷଣ କରି ବସ 

ମଧୁ ଅଛି ଅବା ବିଷ 

ସବୁ କଥା ଜାଣି ବସ 

ଝରିବ କି ମଧୁ ରସ? 

ମୁଖେ ଥିବ ଚିର ହସ

ଜୀବନ ମଧ୍ୟରେ ଝସ

ମୁଖ ଥିବ ହସ ହସ

ନ ଥିବ ଦୁଃଖର ଲେଶ ।



Rate this content
Log in

Similar oriya poem from Abstract