ଦୁଃଖ ଲାଗେ
ଦୁଃଖ ଲାଗେ
ଦୁଃଖ ଲାଗେ ଦେଶ କେବେ ଯେ ପାଇବ
ପୂର୍ବ ଗଉରବ ଯଶ,
ସୁବର୍ଣ୍ଣ ପକ୍ଷୀର ଦୀନ ବେଶ ଦେଖି
ଦୁଃଖ ମୁଖେ ଆସେ ହସ ।
ବୀର କର୍ଣ୍ଣର ଗୋତ୍ର ଖୋଜାହୁଏ
କେଉଁ କୂଳରେ ସିଏ ଯାତ,
ଗୁରୁ କାଟିନିଏ ଶିଷ୍ୟର ଆଙ୍ଗୁଠି
ରାଜ ପୁତ୍ରଙ୍କ ଗୌରବ ପାଇଁକି
ଏକଲବ୍ୟ ହରାଏ ହାତ ।
ଜାତୀର ତାଡନେ କେ ହରାଏ ଯଶ
ବୃଦ୍ଧାଙ୍ଗୁଳି ଦେଇ କେହି,
ନିଜ ହସ୍ତରେ ନିଜ ଜିହ୍ଵା ଛେଦି
ଦେଶ ଡାକେ ତ୍ରାହି ତ୍ରାହି ।