Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

3  

Jagannath Barik

Abstract

ସାବାସ ଦୂରଦର୍ଶନ

ସାବାସ ଦୂରଦର୍ଶନ

1 min
364


ଦୃଶ୍ୟ ଶ୍ରାବ୍ୟ ଯନ୍ତ୍ର ସାର ଏ ଦୂରଦର୍ଶନ

ଘରେ ଘରେ ସବୁଠାରେ ଅତି ପ୍ରୟୋଜନ ।


ଇସ୍ରୋ ଚନ୍ଦ୍ର ଅଭିଯାନ ସର୍ଜିକାଲ ଷ୍ଟ୍ରାଇକ

ତିନିଶ ସତୁରି ଧାରା ଉଛେଦ ଛବିଟି ।


ରାଫେଲ ଯୁଦ୍ଧ ବିମାନ ବାୟୁବୀର ଯାନ

ପ୍ରଧାନ ମନ୍ତ୍ରୀଙ୍କ ଶାଣ ଟାଣ ବାକ୍ୟ ବାଣ ।


ଚାଇନା ସୀମାନ୍ତ ସାମରିକ ଆୟୋଜନ

ଜାତିସଂଘେ ଭାରତର ସୁନାମ ଅର୍ଜନ ।


କରୋନା ଯୋଦ୍ଧାଙ୍କ ତ୍ୟାଗ ସେବା ବିବରଣ 

କୋଭିଡି ଟୀକା କରଣ ଦୂରତା ରକ୍ଷଣ ।


ତାଲିବାନୀ ଆଫଗାନୀ ଯୁଦ୍ଧ ବିଭୀଷିକା

ସାମରିକ ଅଭିଯାନେ ଚାଇନା ଅଭୀପ୍ସା ।


ବିଶ୍ୱ ସାରା ସଂଘଟିତ ରାଜନୀତି ଚିତ୍ର

ନିର୍ବାଚନ ଫଳାଫଳ କିଏ ହାର ଜିତ ।


କ୍ରିକେଟକୁ ଫୁଟବଲ ବ୍ୟାଡ଼ମିଣ୍ଟନ

ମାଲକୁସ୍ତି ମୁଷ୍ଟିଯୁଦ୍ଧ ଜଳ ସନ୍ତରଣ ।


କୃଷି ସ୍ୱାସ୍ଥ୍ୟ ଶିକ୍ଷା ଶିଳ୍ପ ସମ୍ବନ୍ଧୀୟ ଜ୍ଞାନ

ପାଣିପାଗ ନିର୍ଦ୍ଧାରଣ ସତର୍କ ପ୍ରଦାନ ।


ସୂଚନା ପ୍ରଯୁକ୍ତି ବିଦ୍ୟା ମହାକାଶ ଯାନ

ଉପଗ୍ରହ ଉତକ୍ଷେପଣ ଗ୍ରହେ ଅଭିଯାନ ।


ଅନଲାଇନ ପାଠପଢ଼ା ସମ୍ବାଦ ପ୍ରେରଣ

ଆଭାସି ଅଧିବେଶନ ସଂଯୋଗୀ କରଣ ।


ଦୂରଦର୍ଶନ ହିଁ ଅଟେ ଜଗତ ନୟନ

ଏହା ବିନା ରସହୀନ ମାନବ ଜୀବନ ।



Rate this content
Log in

Similar oriya poem from Abstract