Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Abstract

3  

Manorama Mohanty

Abstract

ବାଇଚଢେଇଟେ ମୁଁ

ବାଇଚଢେଇଟେ ମୁଁ

1 min
310



ବାଇ ଚଢେଇଟେ ମୁଁ ଯେ 

     ହଲୁଥାଏ ଖୁସିରେ 

ମନହେଲେ ଗୀତବୋଲେ 

    ମୋ ବସା ରେ ବସି ରେ ।


ବାଆ ଅବା ବତାସରେ 

    ହୁଏନି ମୁଁ ଛାନିଆ 

ବସା ରେ ମୋ ଝୁଲି ଝୁଲି 

   ଦେଖୁଥାଏ ଦୁନିଆଁ ।


ରାତିଯେବେ ପାହିଯାଏ 

    ଉଇଁ ଆସେ ସୁରୁଜ 

ଆକାଶ ରେ ବୁଣିଦିଏ 

   ନାଲି ନାଲି ମୁରୁଜ ।


ଗଛଡ଼ାଳୁ ଥୀରକିନା 

    ପତ୍ରଟିଏ ଝଡ଼େଇ 

ଶେଜ ଛାଡି ଉଠି ପଡେ 

    ଡେଣା ଫଡ ଫଡ଼େଇ ।


ନାଲି, ନେଳି ନୀଳ ଫୁଲ 

    ବଗିଚାର ଉହାଡେ 

ଡେଣା ମେଲି ଉଡ଼ିଯାଏ 

   ମନ ହୁଏ ଯୁଆଡେ ।


ଭୋକ ହେଲେ ପୋକଜୋକ 

    ଖୋଜିଖୋଜି ଖାଏ ମୁଁ 

ଖୁସିମନେ ଜଗତର 

   ଶୋଭା ଦେଖୁଥାଏ ମୁଁ ।


କୁନି ସିନା ଦେହମୋର 

    ସଫା ମୋର ମନଟି 

କାହା ସହିତ ରେ ମୋର 

   କଳିଗୋଳ ନାହିଁଟି ।


ମନତଳେ ଟିକେ ମୋର 

    ନଥାଏ ତ ବଡେଇ 

ହସି ହସି ଝୁଲୁଥାଏ 

    ମୁଁ ଯେ ବାଇଚଢେଇ ।


Rate this content
Log in

Similar oriya poem from Abstract