STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ବିଡ଼ମ୍ବିତ ମୃତ୍ୟୁ

ବିଡ଼ମ୍ବିତ ମୃତ୍ୟୁ

1 min
165

ସ୍ବଦେଶେ ସଂରକ୍ଷଣବାଦର ଆଢୁଆଳେ ନ ମିଳିଲା ଆସନ

ଜାତିର ଆଧାରରେ ମେଧାବୀ ଭୋଗିଲା ଦେଶୁ ନିର୍ବାସନ ।


ଡାକ୍ତରୀ ପାଠ ପଢ଼ିବାକୁ ଗଲା ପୁତ୍ର ବାହୁଡି ନ ଆସିଲା

ବିଦେଶ ମାଟିରେ ଯୁଦ୍ଧେ ହତର ଖବର ପିତାକୁ ମିଳିଲା ।


ଶବ ଉଦ୍ଧାର କରିବାକୁ ସରକାରୀ କଳର ଟାଳଟୁଳ ନୀତି

ଅନ୍ତେଷ୍ଟି ନିମନ୍ତେ ପରିବାର ବର୍ଗ ଆକୁଳେ କରନ୍ତି ବିନତି ।


ଶତ ସହସ୍ର ଛାତ୍ର ବିଦେଶୁ ସକୁଶଳେ ସ୍ବଦେଶ ଫେରନ୍ତି

ଅକାଳେ ମୃତ ସାଥୀଟିକୁ ଅବା ସଭିଏଁ କାହିଁକି ଭୁଲନ୍ତି ।


ମୃତ୍ୟୁର ଆଗତ ଭବିଷ୍ଯ କଥା କେହି ତ ଜାଣି ତ ନଥାନ୍ତି

ସ୍ବଦେଶୁ ବିତାଡ଼ିତ ଛାତ୍ରର ଅବା ଭୁଲ୍ ରହିଲା କେଉଁଠି ।


ବିଡ଼ମ୍ବିତ ଭାଗ୍ୟ ପୁଣି ବିଡ଼ମ୍ବିତ ଏଠାରେ ପ୍ରଶାସନିକ ବିଧାନ ମୃତକ କିବଖାଣିବ ଦୁଃଖ ଅବା କରିବ ଆନର ପ୍ରଶସ୍ତି ଗାୟନ।


ଯେଣୁ ମୃତକର ଶବ ଆଣିବାରେ ନାହିଁ କେଉଁ ତତ୍କାଳ ଲାଭ

ସରକାର ବାହାଦୁର ଅବହେଳା କରିବା ଯଥେଷ୍ଟ ସମ୍ଭବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract