STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ବିଦାୟୀ ବର୍ଷର ସ୍ମୃତି

ବିଦାୟୀ ବର୍ଷର ସ୍ମୃତି

1 min
371

ତୁମେ ଆସିଥିଲ କେତେ ଆଶା ନେଇ

ସୁନ୍ଦର ଧରଣୀ କୋଳେ

ଫେରିଯିବ ଏବେ ବନ୍ଧନ ଛିଡାଇ

ନିଶାର୍ଦ୍ଧର ଘନ କାଳେ।

ଛାଡ଼ିଯିବ ସ୍ମୃତି କାଳର ଗରଭେ

ସୁଖଦୁଃଖ ଭରା ଛବି

ଆପଣାର ଭାବି କୋଳେଇ ଥିଲି ମୁଁ

ଏବେ ପୁଣି ଭୁଲି ଯିବି।

ସମୟେ ଆସିବା ସମୟରେ ଯିବା

ତୁମେ ଯେଣୁ ମାନିଥାଅ

ସେଥିଲାଗି ହୁଅ ଚିର ସ୍ମରଣୀୟ

ପ୍ରଣିପାତ ଘେନି ଯାଅ।

ପ୍ରିୟଙ୍କା ରୂପରେ ନାରୀର ସମ୍ମାନ

କଲ ତୁମେ ଭୂଲୁଣ୍ଠିତ 

ଟ୍ରିପଲ ତଲାକ ହଟିଗଲା ଦେଶୁ

ନାରୀ ଧର୍ମ ସୁରକ୍ଷିତ।

ତ୍ରିଶତ ସତୁରୀ ଧାରା ଗଲା ଛିଡ଼ି

ବଦଳିଲା ସମ୍ବିଧାନ

ଭାରତ ଭୂଖଣ୍ଡେ ତ୍ରିରଙ୍ଗା ଲହରେ

ବିଶ୍ୱେ ବଢ଼େ ଦେଶ ମାନ।

ମାନବ ବିହୀନ ଚନ୍ଦ୍ର ଅଭିଯାନ

ଦେଖାଇଲା ନୂଆ ରାହା

ସାରା ଜଗତର ଛଞ୍ଚାଣ ନୟନ

ହୁଏ ଆମ ଦେଶ ମୁହାଁ।

ନୂଆ ଅରୁଣର ହୋଇଛି ଉଦୟ

ଭାରତର ଭାଗ୍ଯାକାଶେ

ରାମ ରାଇଜର ଦୃଢ଼ ମୂଳଦୁଆ

ବନ୍ଧା ଭାତୃତ୍ବର ଫାଶେ।

ଖଟାମିଠା ଭରା ତୁମରି ରାଜତ୍ଵ

ଏବେ ଯିବ ସିନା ସରି

ସବୁରି ହୃଦୟେ ତୁମେ ରହିଥିବ

ଚିରଦିନ ଘର କରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract