STORYMIRROR

Chaturbhuja Sahoo

Inspirational

4  

Chaturbhuja Sahoo

Inspirational

ବିଦାୟ ବେଳା

ବିଦାୟ ବେଳା

1 min
406


ଜନମ ମାଟି      ଦେଇଛି ଭେଟି

    ବିଦାୟ ସମ୍ବର୍ଦ୍ଧନା,

ହେ ଗୁରୁଦେବ      ସାର୍ଥକ ପ୍ରାଣ

    ବିନତୀ କର ଘେନା ।

ଆର୍ଯ୍ୟ କୂଳର     ଆଚାର୍ଯ୍ୟ ତୁମେ

     ଶିକ୍ଷା ସଂସ୍କାର ପାଇଁ,

ମଧ୍ୟ ଓଡ଼ିଶା       ବରେଣ୍ୟ ପ୍ରିୟ

     ପାରିଛ ହୃଦ ଛୁଇଁ ।    

କଣ୍ଟକିତ ଏ        ନର ଜୀବନ

    କେତେ ଯେ ପ୍ରତିଘାତ,

ନ ମାନି କେବେ    ଆପଣା ସ୍ବାର୍ଥ 

      ଜଳିଛ ଅବିରତ ।

ଜୟରାଟ ରୁ        ବିଜୟ ଧ୍ବନି

      ହେଉଛି ପ୍ରକମ୍ପିତ, 

କେତେ ଯେ ଚାଟ    କଢାନ୍ତି ବାଟ

      ଚାଲେ ଜୀବନ ରଥ ।

କର୍ମ ଆଦରି      ଶିକ୍ଷା କ୍ଷେତ୍ରରେ

     ହୋଇଛ ମହାଗୁରୁ,

ମଧ୍ୟ ଓଡ଼ିଶା       ଚିହ୍ନିଛି ବୋଲି

    ବିଦାୟ ଯାତ୍ରା କରୁ ।

ବିରଳ ଦେଖ       ଏ ପରମ୍ପରା

     ସତେ ଅବା ଗୁରୁକୁଳ,

ଅବସର ବୋଲି      କର୍ମ ପଥରୁ

     ଆଖି ଲୁହ ଛଳଛଳ ।

ଶତ ସହସ୍ର     ବିଦ୍ୟାର୍ଥୀ ମେଳେ

    ବୁଦ୍ଧିଜୀବୀ ଗ୍ରାମବାସୀ,

ତୁମ ପଛରେ      ପଟୁଆର ରେ

     ଧାଆଁନ୍ତି ସର୍ବେ ମିଶି ।

ସରି ତ ନାହିଁ      ଜୀବନ ଯାତ୍ରା

      ଆହୁରି ଅଛି ବାକି, 

କରମ କ୍ଷେତ୍ର       ଭାରି ପ୍ରଶସ୍ତ

     ଦୁନିଆ ତା'ର ସାକ୍ଷୀ ।

ବାକି ଜୀବନ       ଜଞ୍ଜାଳ ମୟ

     ଖୁସି ରେ ଯାଉ ଦିନ,

ଜଗତ ନାଥ       କଳା ସାଆନ୍ତ

      ଚରଣେ ନିବେଦନ ।

ସେ ନମ୍ର ହସ      ବାଢେ ବିଶ୍ବାସ 

      ପ୍ରତିଟି ଅନ୍ତରରେ,

ଆଶା ଆକାଙ୍କ୍ଷା      ପ୍ରତିଭା ପୂଜା

     ସମାଜ ତା'ରେ କରେ ।

ତୁମରି ସେହି       ଅମୃତ ବାଣୀ

      ବିଶ୍ବାସ ସଞ୍ଜିବନୀ,

ପ୍ରାଣ ରୁ ପ୍ରାଣ      ଢାଳୁ ପୀଉଷ

     ଗାଇ ଜ୍ଞାନ ର ବାଣୀ ।

ହାରିବା ଯା'ର     ଜାତକେ ନାହିଁ 

     ହରାଇବ ବା କିଏ ?

ଗୁରୁ ହିଁ ଶ୍ରେଷ୍ଠ      ଏଇ ଜଗତେ

     ଜ୍ଞାନ ବିତରେ ଯିଏ ।

ଅବସର ଯେ       ନ କରୁ ବଶ

      ବିକଶି ଉଠୁ ପ୍ରଜ୍ଞା,

ଜ୍ଞାନ ବିଜ୍ଞାନ       ସାଥେ ପ୍ରଜ୍ଞାନ

     ଗାଉ ଜୀବନ ସଂଜ୍ଞା ।



Rate this content
Log in

Similar oriya poem from Inspirational