Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ବିଚିତ୍ର ସମ୍ପର୍କ

ବିଚିତ୍ର ସମ୍ପର୍କ

1 min
400



ଯାହାକୁ ଭାବିବ ନିଜର

କିଳାଟି ଦେବସେ ଜବର l


ଯାହାକୁ କରିବ ଆଦର

ରକ୍ତକୁ ଶୋଷିବ ତୁମର l


ଭକ୍ତିଟି କରିବ ଯାହାକୁ

ଶୋଷଣ କରିବ ତୁମକୁ l


ମଧୁର ବଚନ ଯାହାର

କୁଟିଳ ସ୍ଵଭାଵ ତାହାର l


ଯାହାକୁ ମାରିବ ମୁଣ୍ଡିଆ

ପକେଟ ହୋଇବ ଖଣ୍ଡିଆ l


ମିଛକୁ କରେଯେ ଅଭ୍ୟାସ

ସମସ୍ତେ କରନ୍ତି ବିଶ୍ୱାସ l


ସାହାଯ୍ୟ କରିବ ଯାହାକୁ

ନିନ୍ଦାରେ ପୋତିବ ତୁମକୁ l


ବିପଦେ ଡ଼ାକିବ ଯାହାକୁ

ବ୍ୟଙ୍ଗରେ କହିବ ତୁମକୁ l


ସତ୍ୟକୁ ଯିଏଵି କହିବ

ମାଡ଼ଟି ନିଶ୍ଚୟ ଖାଇବ l


ଅସତ୍ୟ କର୍ମକୁ ଯେ କରେ

ସମାଜେ ଆଦର୍ଶ ବୋଲାଏ l


ସମାଜ ମଙ୍ଗଳ ନାମରେ

ନେତାଏ ଲୁଣ୍ଠନ୍ତି ଧନରେ l


ପଢିବା କାମରେ ଶିକ୍ଷକ

ପିଲାଏ ହୁଅନ୍ତି ମୁରୁଖ l


ରୋଗୀର ସେବାରେ ଡାକ୍ତର

ଶୋଷଣ କରଇ ଟଙ୍କାର l


କୋଢ଼ିଆ ମଦର ନିଶାରେ

ବଡ଼ିମା ଦେଖାଏ ଜ୍ଞାନରେ l


ଚାଷୀଟି ଫସଲ ନିଶାରେ

ବେକରେ ଲଗାଏ ଫାଶରେ l


ମାଟ୍ରିକ ପଢିବା ପିଲାର

ପ୍ରେମରେ ଥାଏତା ନଜର l


ଝିଅକୁ ଦେଖିଲେ ବିପଦେ

ଭାଇଙ୍କ ସାହାଯ୍ୟ ତାସାଥେ l


ଭାତୃତ୍ୱ ସମ୍ପତ୍ତି ନିଶାରେ

ଭଗାରୀ ହୁଏସେ ଲୋଭରେ l


ଭାଉଜ ପ୍ରେମରେ ଦିଅର

ହରାଏ ପ୍ରତିଭା ନିଜର l


ବୟସ୍କ କରୁଣ ଦୁର୍ଗତି

ସ୍ୱାର୍ଥରେ ଥାଏତା କୁମତି l


ଅଜ୍ଞାନେ ବଢିଲା ଯୁବତୀ

ପ୍ରେମରେ ଭବିଷ୍ୟ ପୋଡ଼ନ୍ତି l


ଶିଶୁଙ୍କ ବତ୍ସଲ୍ୟ ଦୂରେଇ

ଡବାର କ୍ଷୀରକୁ ପିଅଇ l


ଟଙ୍କାର ଗୋଲାମ ଜଗତ

ନିସ୍ଵାର୍ଥେ ସମ୍ପର୍କ ବଞ୍ଚିତ l


ଠାକୁର ନାମରେ ଠକେଇ

କଦଳୀ ଦେଇକି ପୂଜଇ l


କଥାଟି ଦେହକୁ ନେବେନି

ନେବେତ ହଜମ ହେବନି ।


Rate this content
Log in

Similar oriya poem from Inspirational