STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ବିଚ୍ଛିନ୍ନାଚଳର ଦୁର୍ଦ୍ଦଶା

ବିଚ୍ଛିନ୍ନାଚଳର ଦୁର୍ଦ୍ଦଶା

1 min
154


ମରୁଭୂମି ପରି ଦିଶେ ଜନ୍ମଭୂମି

ବର୍ଷା ଅଭାବରେ ଶୁଷ୍କ ଆମ ଭୂମି

କୄଷକଙ୍କ ଭାଗ୍ୟ ନୀରାଶର ଭୂମି

ବିଚ୍ଛିନ୍ନାଚଳର ଏ ପବିତ୍ର ଭୂମି।୧।


ସ୍ବାଧୀନତା ପ୍ରିତି ଅଦୁର୍ଶ ହୋଇଛି

ସିଞ୍ଚାଇ ବ୍ୟବସ୍ଥା ଠପଟି ପଡିଛି

ରାଜନୈତିକର କୂଦୄଷ୍ଟି ପଡିଛି 

ଶିକ୍ଷାର ବ୍ୟବସ୍ଥା ଅଦୁର୍ଶ ହୋଇଛି।୨।


ସୁବ୍ୟବସ୍ଥା ନାହିଁ ଏ ପବିତ୍ର ଧାମେ

ଭାଷାର ନ ମିଳେ ସୁଯୋଗ ଏ ଧାମେ

କାନ୍ଦନ୍ତି ଓଡ଼ିଆ ଭାଷାଶୂନ୍ୟ ଧାମେ

କି ହେଉଛି ଭାଇ ବିଚ୍ଛିନ୍ନ ଏ ଧାମେ।୩।


ପ୍ରଭୁ ବିନା ଗତି ନାହିଁଟି ଆମର

ପ୍ରଭୁ ଦେଖୁଛନ୍ତି ସ୍ଥିତିଟି ଆମର

ଦ୍ରୌପଦୀର ପରି ଦୁଃଖ ପରା ଆମର

ଆମ ଭାଷା ପ୍ରତି ଧ୍ୟାନ ରହୁ ତହର।୪।


ସବୁ କ୍ଷେତ୍ରେ ଦେଶ ଉନ୍ନତି କରୁଛି

ଓଡ଼ିଆ ଭାଇ ମୋ ରୋଦନ କରୁଛି

ବିଚ୍ଛିନ୍ନାଚଳ ମୋ ଭାଷା ଶୂନ୍ୟ ଅଛି

ସିଞ୍ଚାଇ ଅଭାବେ ଚାଷୀ ମୋ କାନ୍ଦୁଛି।୫।


ଶୁଣ ଆଜି ତୁମେ ପ୍ରଧାନ ସେବକ

ଶୁଣ ପୁଣି ଥରେ ରାଜ୍ୟର ଶାସକ

ଜ୍ଞାନୀ ଓଡ଼ିଆର ଭାଷାର ରକ୍ଷକ

ଶୁଣ ପ୍ରଭୁ ତୁମେ ଜଗତ ତାରକ।୬।


ଜାଗି ଉଠ ବୀର ଓଡ଼ିଆ ବିଦ୍ବାନେ

ଲାଗି ପଡିବା ହେ ଭାଷାର ନିର୍ମାଣେ

ଭାଷାର ପ୍ରଦୀପ ଜଳିବ ଭୁବନେ

କର୍ତ୍ତବ୍ୟର ପଥ ରହୁଟି ଏ ମନେ।୭।


ମରୁଭୂମି ପରି ଦିଶେ ଜନ୍ମଭୂମି

ବର୍ଷା ଅଭାବରେ ଶୁଷ୍କ ଆମ ଭୂମି

କୄଷକଙ୍କ ଭାଗ୍ୟ ନୀରଶର ଭୂମି

ବିଚ୍ଛିନ୍ନାଚଳର ଏ ପବିତ୍ର ଭୂମି।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy