STORYMIRROR

Papu parida

Drama Romance Tragedy

4  

Papu parida

Drama Romance Tragedy

ବିଚ୍ଛେଦ ଜ୍ୱର

ବିଚ୍ଛେଦ ଜ୍ୱର

1 min
314

ଏକ ହେବା ପାଇଁ କଥା ଦେଇ ହାଏ

କାହିଁକି କରୁଛ ପର

ପ୍ରେମ ଆଲିଙ୍ଗନ ପ୍ରତି ବଦଳରେ

ଭୋଗେ ମୁଁ ବିଚ୍ଛେଦ ଜ୍ୱର।


ଟହଟହ ଫୁଟେ ହୃଦୟଟି ମୋର

ଅବଶ ପ୍ରାୟ ଶରୀର

ଥରହର ପାଦ ମଥା ଯାଏ ଘୁରି 

କାହିଁ ନିରବ ନିଷ୍ଠୁର।


ହାସହୀନ ମୁଖ ଭ୍ରମିତ ଚାହାଣୀ

ଶେଜ ଏକା ସାଥି ମୋର

ନିଦ ଆଳେ କେତେ ଫାଙ୍କିବି ଆଖିକୁ

ବୋହିଯାଏ ନେତ୍ରନୀର।


ବଇଦ ବିଚାରା ଅସ୍ତବ୍ୟସ୍ତ ପ୍ରାୟ

ବାରିକି ପାରୁଛି ରୋଗ

କେଉଁ ଉପଚାର କାମ ଦେବ ଯେବେ

ସମ୍ପର୍କେ ଲାଗିବ ଦାଗ।


ଏକ ହେବା ପାଇଁ କଥା ଦେଇ ହାଏ

କାହିଁକି କରୁଛ ପର

ପ୍ରେମ ଆଲିଙ୍ଗନ ପ୍ରତି ବଦଳରେ

ଭୋଗେ ମୁଁ ବିଚ୍ଛେଦ ଜ୍ୱର।


ଅଶାନ୍ତ ମୋ ମନ ଅପ୍ରିୟ ଦୁନିଆ

ସ୍ୱାଦହୀନ ପ୍ରତି ବ୍ୟଞ୍ଜନ

କେତେ ଦିନ ଦେବ ଅସହ୍ୟ ପୀଡ଼ା ଏ 

କର ଗୋ ମାନଭଞ୍ଜନ।

କର ଗୋ ମାନଭଞ୍ଜନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama