STORYMIRROR

Debadatta Jena

Romance Tragedy Inspirational

3  

Debadatta Jena

Romance Tragedy Inspirational

ବିବର୍ଣ୍ଣ

ବିବର୍ଣ୍ଣ

1 min
281

ସାତ ରଙ୍ଗୀ,

ତୋ ଦେହରେ ସିନା

ସାତଟି ରଙ୍ଗ,

ରଙ୍ଗର ପାର୍ବଣ

ରଙ୍ଗ ମେଲଣ,

ଫୁଲ ଓ ଫଗୁଣର 

ରୋଷଣୀ,

ମୋ ଦେହରେ ପରା,

ଆଶା ଓ ନିରାଶା

ଦୁର୍ଦ୍ଦିନ, ଦୂରାଶା,

ଆଶଙ୍କା,ହତାଶା,

ପିପାସାର କାଳ

ବୈଶାଖୀ..!

ତୋ ରଙ୍ଗରେ ସିନା 

ରଙ୍ଗର ଫୁଆର,

ରଙ୍ଗର ଜୁଆର 

ରଙ୍ଗର କୁହେଳି,

ରଙ୍ଗର ଲହରୀ,

ବିବିଧ ବିଭୋର 

ବର୍ଣ୍ଣାଳି,

ମୋ ଦେହର ରଙ୍ଗ 

ରକତ ରଙ୍ଗର, 

କମ୍ପିତ କହର 

ପ୍ରଲୁବ୍ଧ ପ୍ରଖର 

ବିବର୍ଣ୍ଣ ବସନ୍ତ

ବିସ୍ମୃତ ପାର୍ବଣ 

ପାଣ୍ଡୁର ବର୍ଣ୍ଣ ହୋଲି..!

ହଁ,ଫଗୁ ରାଣୀ,

ତୋର ମୋର ସମ୍ପର୍କ

ବୋଧେ କେଉଁ..,

କଳ୍ପନାର କାଚ ଘର,

ସାଜୁ ଥିଲା କେବେ 

ବାଲି ଘର ଏବେ.. 

ଯନ୍ତ୍ରଣାର ଜଉ ଘର,

ଜୀବନର ଧୂଳି ଘର,

କେବେ ଡହ ଡହ

କେବେ ଲହ ଲହ

ଦାଉ ଦାଉ ଦ୍ବିପ୍ରହର..!

ରଙ୍ଗ ହୋଲି,

ଜୀବନର ରଙ୍ଗମଞ୍ଚ,

ବିବର୍ଣ୍ଣ ବିଚିତ୍ର ବର୍ଣ୍ଣ,

ରାଗ ଅନୁ ରାଗ,

ବିଭକ୍ତ ବିରକ୍ତ,

ଜୀବନ ପ୍ରପଞ୍ଚ 

ଜୀବନର ମହାଯଜ୍ଞ,

କେବେ ସେ ଧୂସର 

ପୁଣି ଧୂଳି ଧୂସରିତ,

କେବେ ସେ ଅପୂର୍ଣ୍ଣ 

ହୁଏ ତୃଷିତ,ଭ୍ରମିତ,

ରକ୍ତ ରଂଜିତ ବର୍ଣ୍ଣ,

ସତରେ,ରଙ୍ଗ ହୋଲି,

ଲାଗେ ଅସ୍ତ ବ୍ୟସ୍ତ 

ବିବର୍ଣ୍ଣ ଏ ରଂଗ ଫଗୁଣ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance