STORYMIRROR

Prabhanjana Tripathy

Abstract Others

4  

Prabhanjana Tripathy

Abstract Others

ବିଭ୍ରାନ୍ତ

ବିଭ୍ରାନ୍ତ

1 min
376


ଶୂନ୍ୟ କେବେକି ପୂରଣ ହୁଅଇ ?

କେବଳ ବାୟୁର ମଣ୍ଡଳ ଭିତ୍ତି

ସମୟ ଓ କାଳ ପଖାଳି ବସିଲେ

କହିବାକୁ ନାହିଁ ମୋହର ଉକ୍ତି ll


ଶିଳ୍ପୀ କେବଳ ଭାବର ବିଭ୍ରାନ୍ତେ

ଗଢ଼ି ତୋଳିଦେଇ ଦେଲା ଭସେଇ

ମୂର୍ତ୍ତି ଲିଭିଲା ଅନନ୍ତ ଜଳରେ

ଥିବା ସୌନ୍ଦର୍ଯ୍ୟକୁ ଦେଲା ଖସେଇ ll


ସ୍ପର୍ଶ ଯେବେ ସେ' ମାଟି କଙ୍କାଳରେ

ଲେପ ଦେଇ ଥିଲା ମୃତ୍ତିକା ଦେହ

ସେଇ ମୃତ୍ତିକାକୁ ସମୟ ସୁଅରେ

ଲୁହ ମିଶ୍ରଣେ ଭାସିଲା କୋହ ll


ଜୀବନ୍ୟାଶ ତାର ସ୍ୱର୍ଗ ଆରୋହି

ସୁଖ ପାଇଗଲା ସରଗେ ଯାଇ

ମର୍ତ୍ତ୍ୟ ମଣ୍ଡଳେ ନାନା ଭାବନାରେ

ନାମ ଯେ ପାଇଛି ମଶାଣି ଭୂଇଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract