STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ବିଭିନ୍ନତାରେ ଏକତା ରଖିବା

ବିଭିନ୍ନତାରେ ଏକତା ରଖିବା

2 mins
519

ନର୍କ କଣ 

ସ୍ୱର୍ଗ କଣ

ଏହି ପ୍ରଶ୍ନ ଘାରେ ମନୁଷ୍ୟକୁ ବାରମ୍ବାର.


ଦାସେ ଆପଣେ 

ମନେ ପଡ଼ନ୍ତି ସବୁବେଳେ

ପ୍ରଶ୍ନ ଆସେ କେତେ ମାନନ୍ତି ତାଙ୍କ ଆଦର୍ଶକୁ.


ଦ୍ୱିତୀୟ ଶ୍ରେଣୀରେ ପାଠରେ,

ଥିଲା ଗୋପବନ୍ଧୁଙ୍କ ଭାଷାରେ 

'ହଇରେ ଚିଙ୍ଗୁଡି କାହିଁ 

ଘୁଙ୍ଗୁଡ଼ି ମାରିବା କାହାକୁ ଖାଇ '

ପ୍ରଶ୍ନ ଆସିଛି ମନରେ, ଭାବାର୍ଥର,

ଉତ୍ତର ପାଇନି ଆଜିଯାଏ.


ଗୋପବନ୍ଧୁ,

ଓଡିଶାର ଧ୍ରୁବତାରା,

ଉତ୍କଳମଣି, 

ସମୁଦ୍ର ମନ୍ଥନ କଲେ,

ଅମୃତ ବା ବିଷ ମିଳେ,

କରିଛକି କେହି ମନ୍ଥନ ଗୋପବନ୍ଧୁଙ୍କ ଜୀବନୀକୁ

କେତେ ମାନନ୍ତି ତାଙ୍କ ଆଦର୍ଶକୁ


ସୁଆଣ୍ଡୋ ଗ୍ରାମରେ,

ଅକ୍ଟୋବର ନଅ ତାରିଖରେ,

ମାତା ସ୍ଵର୍ଣ୍ଣମୟୀ କୋଳେ,

ଉତ୍କଳର ମଣି ଜନମି ଥିଲେ,

ପିତା ଦଇତାରୀ ନାମ ଉଚ୍ଚ କଲେ,

ଦୁଃଖୀ ଜନ ସେବା ଚିନ୍ତା କଲେ,

ନିଜ ପୁଅ ପାଇଁ ଚିନ୍ତା ନକରି,

ଵନ୍ୟାବିପତ୍ତିରେ ଦ୍ଵାରେ ଦ୍ଵାରେ ଯାଇ

ସହାୟକ ହେଉଥିଲେ, 

ସେଭଳି ପୂଣ୍ୟାତ୍ମା ଜନସେବକ, 

ପାଉଛକି କୁହ ଏବେ,

ପୁଞ୍ଜିବାଦୀ ସମାଜରେ,

ସେପରି ଭାବନା କଲେ,

କୁହ ଭଉଣୀ ଭାଇ,

ତାକୁ ପାଗଳର ଆଖ୍ୟା ଦେବନିକି ତୁମେ ଏବେ.


କଥାରେ କହିପାର ଗୋପବନ୍ଧୁଙ୍କୁ,

ଏ ଜାତିର ବନ୍ଧୁ,

ଦୀନ ଦୁଃଖୀର ଦରଦୀ ବନ୍ଧୁ,

ମହାତ୍ମା, ଚିର ବନ୍ଦନିୟ ଗୋପବନ୍ଧୁ,

ସ୍ଵାଧୀନତା ସଂଗ୍ରୀମୀ,

ମାତୃଭାଷା ପ୍ରେମୀ,

ପୀପାସୀ ମୁକ୍ତିର,

ପ୍ରତୀକ ବିଶ୍ୱଜନ ପ୍ରୀତି, ଧରମର ,

ଦୁଃଖୀ ଜନତାଙ୍କ ସେବକ,

ଜାତି ପ୍ରାଣ ସଂଗଠକ,

ମାନବ ସେବକ,

ତ୍ୟାଗୀ ସଂସ୍କାରକ.


ଓଜସ୍ୱିନୀ ଭାଷଣରେ ଦେଇପାର ଡାକ,

କର୍ମେ ଜୀଏ ନର, କର୍ମ ଏକା ତାର,

ଜୀବନର ମାନଦଣ୍ଡ,

କଥାରେ କହିପାର,

ଦେହ ମିଶୁ ଏ ମାଟିରେ

ସ୍ୱରାଜ୍ୟ ପଥରେ,

ଯେତେକ ଗାଡ଼ ,

ପୂରିଯାଉ ପଡ଼ି ମୋ ମା°ସ ହାଡ଼,

କୁହ ଭଉଣୀ ଭାଇ,

କେତେ ଜଣ ଏହାକୁ ଅନ୍ତରେ ପାଳୁଛ ରହି.


ପରିବେଶ ଆଜି ଦୂଷିତ,

ମଣିଷ ଦୁର୍ନୀତି, ଭ୍ରଷ୍ଟାଚାର, ହତ୍ୟା, ଲୁଣ୍ଠନେ ବ୍ୟସ୍ତ,

ଗଣ ଧର୍ଷଣରେ ଘର୍ମାକ୍ତ,

ହୋଇପଡିଛି ଏକ ପ୍ରକାର ଦୁଃସ୍ଥ,

ମୃତ୍ୟୁ ସୌଦାଗର ସାଜିଛି,

ସ୍ନେହ, ଦୟା, ପ୍ରେମ,ପ୍ରୀତି, ସହାନୁଭୂତି ହଜି ଯାଇଛି


ଫମ୍ପା ଭାଷଣରେ, 

ଡ୍ରାମାବାଜିରେ,

ସମାଜ କ୍ଷତିଗ୍ରସ୍ତ ହୋଇଛି,

ଗାଆଁ, ଗଣ୍ଡା, ସହରେ ନୈତିକତା ଭୁଷୁଡ଼ି ପଡିଛି,

ଷଡ଼ଯନ୍ତ୍ର, ଛଳନାରେ ନେତା ଚାଲନ୍ତି,

ଯୁଦ୍ଧ, ହାଣ କଟା, ପ୍ରଚାରେ ଲାଗି ରହନ୍ତି,

ମନ ଧାଏଁ କଳୁଷିତ ପଥରେ,

ବିଶ୍ୱାସଘାତକତା ଓ ପ୍ରତାରଣାରେ,

ଧ୍ୱଂସ କରୁଛି ନିଜ ହାତରେ.


ଏହା ତ ନର୍କ,

ଜାଣିବାର ଅଛି ନର୍କ କଣ,

କେମିତି ସୃଷ୍ଟି ହୁଏ ପୁଞ୍ଜିବାଦରେ,

ସାମ୍ରାଜ୍ୟବାଦୀଙ୍କ ହାତରେ,

ଅନ୍ଧତା, ମତାନ୍ଧତା, ଧର୍ମାନ୍ଧତା ସୃଷ୍ଟିରେ,

ଆଫଗାନିସ୍ଥାନ ଯାଅ ଆଜି ଦିନରେ.


ଆଜି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ

ପବିତ୍ର ଜନ୍ମ ଦିବସରେ,

ଦୁଃଖ ଲାଗେ ମୋ ହୃଦୟରେ,

ଆଫଗାନିସ୍ଥାନ ଯାଅ ଆଜି ଦିନରେ,

ଆଜି ମାନଵଵାଦର ମୃତ୍ୟୁ ଦିଵସ,

ଆଜି ଵିଶ୍ଵ ଅସହାୟ ଦିଵସ,

ଆଜି ଵିଶ୍ଵ ଶୟତାନ ଦିଵସ,

ଆଜିର ତାରିଖକୁ ମୁଁ  

ମୋ ଡାଇରୀରେ କଳା କାଳିରେ ଲେଖୁଛି,

ଭୟଙ୍କର ବର୍ବରତାକୁ ଘୃଣାରେ ଥୁଃ କରୁଛି.


ଆଜି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ

ପବିତ୍ର ଜନ୍ମ ଦିବସରେ, 

ଏହି ବର୍ବରତା କଣ ମାନବର ମହନୀୟ ଧର୍ମ ?

ନଭୁଲ ହେ ମଣିଷ ତୁମର କର୍ତ୍ତବ୍ୟକୁ,

ସଂଗ୍ରାମେ ବାହାର ଧର୍ମାନ୍ଧତା ଲୋପ କରିବାକୁ,

ଯାହା ବାରମ୍ବାର ଆଘାତ କରୁଛି ଧରିତ୍ରୀକୁ,

ରକ୍ଷା କରିବା ପୂଜ୍ୟ ମାଟି ମାଆର ସ୍ୱାଭିମାନକୁ.


ବିଭିନ୍ନତାରେ ଏକତା ରକ୍ଷା କରିବା ମୋର ବିନତି

ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀରେ ଘେନ ପ୍ରଣତି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational