STORYMIRROR

Dharitri Das

Romance

3  

Dharitri Das

Romance

ବିବାହ

ବିବାହ

1 min
195


ବିବାହ ରୂପକ ବନ୍ଧନ

ଦୁଇଟି ଆତ୍ମାର ମିଳନ।

ବିଶ୍ୱାସେ ବଢ଼ଇ ଦୃଢ଼ତା

ସନ୍ଦେହେ ବଢ଼ଇ ଦୂରତା।

ଦୂରତା ବଢିଲେ ବନ୍ଧନ

କରଇ ଅମୃତ ସନ୍ଧାନ।

ଦୂରତା ବଢିଲେ ସିଏ ତ

ବିରହ ନିଆଁରେ ଜଳେ ତ।

ପ୍ରେମର ପ୍ରତୀକ ବନ୍ଧନ

କରନି କେବେବି ଛେଦନ।

ଆତ୍ମାର ମିଳନେ ସଂସାର

ଗଢିବା ହୁଅଇ ଜବର।

ବିଚ୍ଛେଦ ଆଣଇ ବିଷାଦ

ମନରେ ଭରଇ ଦରଦ।

ଅମୃତ ମିଳନେ ସନ୍ତାନ

ଜନ୍ମିବ ସୁଗୁଣ ସମ୍ପନ୍ନ।

ଦେଶର ଗରବ ହୋଇବ

ବିବାହ ସାର୍ଥକ କରିବ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance