ବିବାହ
ବିବାହ


ଆତ୍ମା ସହ ଆତ୍ମା ସମ୍ପର୍କର ସେତୁ
ଆପେ ଆପେ ଯୋଡି ଦିଏ
ସାତ ଜନମକୁ ସାଥି ହେବା ପାଇଁ
ବଜର ଶପଥ ହୁଏ
ବିଶ୍ୱାସର ସୂତା ଖିଏ
ଅତୁଟ ସ୍ନେହର ମହା ମିଳନ ଏ
ସ୍ୱାର୍ଥ ହୀନ ଶବ୍ଦ ଟିଏ ।
ଯୌତୁକ ଜୁଇରେ ପୋଡି ଯାଏ ଆଜି
ବିବାହ ବହିର କଥା
ବିଶ୍ୱାସ ଲୋଡୁଛି ନିଶ୍ୱାସ ଥରଟେ
ସମ୍ପର୍କ ବିକିଛି ମଥା
କେତେ ଯେ ଅକୁହା ବ୍ୟଥା
ସମ୍ପର୍କ ମଝିରେ ପାଚେରୀ ଗଢ଼ଇ
ସ୍ୱାର୍ଥପର ଏ ବ୍ୟବସ୍ଥା ।
ତଥାପି ସେ ଏକ ପବିତ୍ର ଶବ୍ଦଟେ
ଅତୁଟ ଯାହାର ପଣ
ଯୁଗ ଯୁଗ ପାଇଁ ତ୍ୟାଗର ତୃପ୍ତିର
ଅନନ୍ୟ ଉଦାହରଣ
ସାକ୍ଷୀ ଏକା ରାମାୟଣ
ସୁବର୍ଣ୍ଣ ସୀତା ଯେ କାଳ କାଳ ଧରି
କରୁଅଛି ଯଶ ଗାନ ।