Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Abstract Inspirational

2  

Anita Jena

Abstract Inspirational

ବିବାହ

ବିବାହ

1 min
127


ବିବାହ ଯେ ନୁହେଁ କେବେ

    ମାତ୍ର ଶରୀର ର ମିଳନ,

ବିବାହ ତ ବନ୍ଧନ ଏକ

   ବିଶ୍ବାସ, ଭଲ ପାଇବାର ।


ବାଲିଘର ନୁହେଁ ବନ୍ଧନ

       ଯେ ବିବାହର,

କିଛି ଦିନରେ ଭାଙ୍ଗି ଯିବ

     ଘର ସମ୍ପର୍କ ର ।


ଦୁଇଟି ପବିତ୍ର ଆତ୍ମା ର

    ମିଳନ ଯେବେ ହୁଏ,

ଜନ୍ମ ଜନ୍ମ ପାଇଁ ସମ୍ପର୍କ

    ଅମର କାହାଣୀ କୁହେ ।


ବିଶ୍ବାସ, ଭରସା ଭଲ ପାଇବା 

    ସଙ୍ଗେ ଥିଲେ ବୁଝାମଣା,

ବିବାହର ସମ୍ପର୍କ ଯେ

     ହୁଏ ନାହିଁ ବାଟବଣା ।


ଛିଡେ ନାହିଁ କେବେ ରୁଜ୍ଜୁ

    ସେ ପବିତ୍ର ବନ୍ଧନ ର,

ଦୁଇ ପଟୁ ଥିଲେ ମଜବୁତ୍

    ପ୍ରେମ ମୂଳଦୁଆ ର ।


ମିଳେ ନାହିଁ ଉପେକ୍ଷିତା 

     ହୁଏନା ମନ ଉଣା,

ଉଠେ ନାହିଁ କେବେ ମୁଣ୍ଡ ଟେକି

   ମାନମାଳିନ୍ୟର ନାଗଫଣା ।


କ୍ଷଣକ ଆକର୍ଷଣ ରେ ବିବାହ

   ବନ୍ଧନ ହୁଏ ନାହିଁ ଗଢା,

ତୃତୀୟ ଲୋକର ଆକ୍ଷେପ ରେ

    ସମ୍ପର୍କ ହୁଏ ଚୁନା ।


ବିଶ୍ବାସ ର ପାଚେରୀ ଗଢ଼ିବାକୁ ହୁଏ

     ଦୁଇଟି ମଣିଷ ଭିତରେ,

ତେବେ ଯାଇ ବିବାହର ବନ୍ଧନ

    ଚିରସ୍ଥାୟୀ ହେଇ ପାରେ । । ।


Rate this content
Log in

Similar oriya poem from Abstract