ବିବାହ
ବିବାହ
ପବିତ୍ର ବନ୍ଧନ ବିବାହ ବନ୍ଧନ ଦୁଇ ଆତ୍ମା ଏକ ହୁଏ,
ଜୀବନ ଯାତ୍ରାର ଅମୂଲ୍ୟ ବନ୍ଧନ
ଶାସ୍ତ୍ର ଅନୁସାରେ ହୁଏ।
ଆଠ ପ୍ରକାରଟି ବିବାହ ଶାସ୍ତ୍ରରେ ଅଟେ ସେହୁ ଏହୁପରି,
ବ୍ରହ୍ମ ଦୈବ ଆର୍ଶ ପ୍ରାଜାପତ୍ୟ ଯହିଁ
ଅସୁର ଗନ୍ଧର୍ବ ତହିଁ।
ରାକ୍ଷସ ପିଶାଚ ବିବାହ ବର୍ଣ୍ଣିତ ଆଠ ପ୍ରକାର ଟି ଏହା
ବ୍ରହ୍ମ ବିବାହଟି ଉତ୍ତମ ବିବାହ
ଶ୍ରେଷ୍ଠ ବିବାହଟି ଏହା
ବୈଦିକ ନୀତିରେ ହୁଏ ବାହାଘର ଦୁଇ ପାଟି ସହମତି,
ନୀତି ଓ ନିୟମେ ସମ୍ପନ୍ନ ହୁଏଟି
ଦିଏଟି ସନ୍ଦେଶ ପ୍ରୀତି।
ସୁଦୃଢ ହୁଏଟି ସମ୍ପର୍କ ପ୍ରଗାଢ ଦୁଇ ପରିବାର ମଧ୍ୟେ
ଅତୁଳନୀୟଟି ବ୍ରହ୍ମ ବାହାଘର
ହିନ୍ଦୁ ରୀତିନୀତି ମଧ୍ୟେ।
ବୈଦିକ ରୀତିରେ ହୁଏ ବାହାଘର ବ୍ରହ୍ମ ବାହାଘର ହୁଏ,
ଅମୃତ କାଳରେ ହୁଏଟି ବିବାହ
ବିଭାଘର ପରା ଏହୁ।
ଉତ୍ତମଟି ଏହୁ ଶ୍ରେଷ୍ଠ ମଧ୍ୟ ଏହୁ ଧାତା ଲେଖି ଅଛି ସବୁ,
ଜଡ଼ିତ ଯାହାର ଯାହାର ସଙ୍ଗରେ
ପ୍ରଭୁଙ୍କ ନିର୍ମାଣ ସବୁ।
ସମୟ ଆସିଲେ ହୁଏ ବାହାଘର ଆତ୍ମା ସଙ୍ଗେ ଆତ୍ମା ହସେ,
ସବୁତ କରାଏ ଅନାଦି ଅନନ୍ତ
ଭକ୍ତି ରହୁ ତାଙ୍କ ପାସେ।
