ବିବାହ
ବିବାହ


ବିବାହ ଏକ ବନ୍ଧନ ନୁହେଁ,
ଇଏ ତ ଜନ୍ମ ଜନ୍ମାନ୍ତରର ସମ୍ପର୍କକୁ
ଆହୁରି ସୁଦୃଢ଼ କରିବାର ଏକ ନିଶ୍ଚିତ ଶପଥ।
ବିବାହ ହେଉଛି ଦୁଇଟି ଶରୀର ଓ ମନର ଏକାତ୍ମ ଭାବ,
ଉଭୟଙ୍କର ଆତ୍ମ ବିଭୋର ହେବାର ଏକ ମଧୁମୟ ଅବସର।
ବିବାହ ହେଉଛି ଦୁହେଁ ଦୁହିଁଙ୍କୁ
ନିଃସର୍ତ୍ତ ଭାବେ ଭଲ ପାଇବାର ବେଳ,
ଉଭୟେ ଉଭୟଙ୍କ ପାଖରେ ନିଜ ନିଜକୁ
ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିବାର ଦିବ୍ୟ ମୁହୂର୍ତ୍ତ।
ଇଏ ହେଉଛି ଦାମ୍ପତ୍ୟ ପ୍ରେମର ବିଶୁଦ୍ଧ ଝରଣା,
ସମ୍ପର୍କରେ ବୁଝାମଣାର ଅସଲି ଠିକଣା।
ବିବାହ ହେଉଛି ମାତା ପିତା ହୋଇ
ସନ୍ତାନ ସୁଖ ଲାଭ କରିବାର ଏକ ନିର୍ଭୟ ପ୍ରତିଶ୍ରୁତି
ଇଏ ଏକ ସାମାଜିକ ସ୍ୱୀକୃତି,
ଦୁଇଟି ପରିବାରକୁ ଯୋଡ଼ି ଦେବାର
ଏକ ମଧୁର ପ୍ରୟାସ।,,
ସଂସାର ଚକ୍ରକୁ ଆଗକୁ ବଢ଼ାଇବାର ଏକ ସତ୍ କର୍ତ୍ତବ୍ୟ
ସଭିଙ୍କ ପାଇଁ ଥିଲା ରହିଛି ଓ ରହିଥିବ...........।।।