ବୀରେନ୍ କୁମାର ବେହେରା

Tragedy Inspirational

4.0  

ବୀରେନ୍ କୁମାର ବେହେରା

Tragedy Inspirational

ବିବାହ ପ୍ରଭୁଙ୍କ ଦାନ

ବିବାହ ପ୍ରଭୁଙ୍କ ଦାନ

1 min
179


ବିବାହରେ ପରା ଯୋଡି ହୋଇଥାଏ,

ଦୁଇ ମନ ଓ ଶରୀର ।

ବିବାହରେ ଦୁଇ ଆତ୍ମା ଛନ୍ଦିହୋଇ,

କରନ୍ତି ଘର ସଂସାର ।।

ଦଶ ଦିଗପାଳ ରହିଥାନ୍ତି ସାକ୍ଷୀ,

ଏହି ପବିତ୍ର ବନ୍ଧନେ ।

ହୋମ ନିଆଁ ଆଗେ ସ୍ୱାମୀ ହିଁ ପିନ୍ଧାଏ,

ସିନ୍ଦୁର ଟୋପା ଯତନେ ।।

ଜନ୍ମ ଜନ୍ମାନ୍ତର ସାଥୀ ହେବା ପାଇଁ,

ଶପଥ ନିଅନ୍ତି ଦୁହେଁ ।

ସମ୍ପର୍କଟା ତେଣୁ ହୁଏ ମଜବୁତ୍,

ବିବାହେ ଆପଣା ଛାଏଁ ।।

ବିବାହଟି ଯେଣୁ ପବିତ୍ର ବନ୍ଧନ,

ଯୌତୁକ ଏଠି ନ ରହୁ ।

ଗରିବ ଲୋକଟେ ଟଙ୍କା ଅଭାବରୁ,

ବିବାହ କଷ୍ଟ ନ ସହୁ ।।

ବିବାହ ନୁହଁଇ ବଜାରର ଦ୍ରବ୍ୟ,

କିଣି ହେବ ଟଙ୍କା ଦେଇ ।

ବିବାହ ତ ଅଟେ ଇଶ୍ୱରଙ୍କ ଲିଳା,

କଳଙ୍କିତ କର କାହିଁ ?

ଧନ ଦଉଲତ ଆଜି ସିନା ଅଛି,

ସରିଯିବ ନିଶ୍ଚେ ଦିନେ ।

ବିବାହଟା ପରା ପବିତ୍ର ସମ୍ପର୍କ,

ନ ମିଳଇ ଧନ ଦାନେ ।।

ବିନା ଯୌତୁକରେ କର ହେ ବିବାହ,

ଉଣା ନ କରିକି ମନ ।

ବିବାହ ହୁଅଇ ପ୍ରଭୁଙ୍କ ଇଛାରେ,

ବିବାହ ପ୍ରଭୁଙ୍କ ଦାନ ।।


Rate this content
Log in

Similar oriya poem from Tragedy