Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others

4.0  

Gyanendriya Dash

Inspirational Others

ବିବାହ ବାର୍ଷିକୀ ଆଜି

ବିବାହ ବାର୍ଷିକୀ ଆଜି

1 min
177



ଏକ ଏକ କରି ଅଠେଇଶି ବର୍ଷ

ରହିଛୁ ଏକାଠି ଆମେ,

ଅବହେଳା ମୋଟେ କରିନାହୁଁ କେବେ

ଜୀବନେ କୌଣସି କାମେ ।୧।

ସଫଳ ଦାମ୍ପତ୍ତ୍ୟ ଜୀବନଟି ଆମ

ଚାଲିଛି ପ୍ରଗତି ରଥ,

ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି

ନେଇଛୁ ଦୃଢ଼ ଶପଥ ।୨।

ଚାଲିଛୁ ଚାଲିବୁ ସାତ ଜନ୍ମ ତକ

ପଡ଼ିବୁନି କେବେ ଥକି,

ସୁଖେ ଦୁଃଖେ ସାଥି ହୋଇ ପରସ୍ପର

ଜୀବ ଥିବାଯାଏ ବାକି ।୩।

ସୁଖ ତ ଆସିଛି ଦୁଃଖ ବି ଆସିଛି

ହାରି ନାହୁଁ କେବେହେଲେ,

କଠୋର ସଂକଳ୍ପେ ଚାଲୁଅଛୁ ସଦା

ଚାଲୁଥିବୁ ସବୁବେଳେ ।୪।

ରାଗ ରୁଷା ସାଥେ ମାନ ଅଭିମାନ

ଦାମ୍ପତ୍ୟ ଜୀବନେ ଆସେ,

ପୁଣି ମିଳାମିଶା ବୁଝାମଣା ପରେ

ହୃଦୟ ଦୁଇଟି ହସେ ।୫।

ଲଷ୍ମୀ ସରସ୍ୱତୀ ପରି ଦୁଇ ଝିଅ

ଛୋଟରୁ କରିଛୁ ବଡ଼,

ଉଚ୍ଚ ଶିକ୍ଷା ଆଉ ଲାଲନପାଳନେ

କରିନାହୁଁ ଗଡ଼ବଡ଼ ।୬।

ତାଙ୍କ ପାଇଁ ସିନା ଜୀବନ ଜଞ୍ଜାଳ

କରୁଅଛୁ ପରିଶ୍ରମ,

ସଂସ୍କୃତି ସଂସ୍କାର ଦେଇଛୁ ଅପାର

ଅଟେ ଆମ ଧର୍ମ କର୍ମ ।୭।

ଚାରି ବାପାମାଆ ଚାଲିଗଲେ ସିନା

ତାଙ୍କ ଆଶୀର୍ବାଦ ପ୍ରାପ୍ତି,

ସବୁ କାର୍ଯ୍ୟେ ଆମେ ସଫଳ ହୋଇଛୁ

ପାଇ ଦୁଃଖ କଷ୍ଟୁ ମୁକ୍ତି ।୮।

ପଞ୍ଚାନବେ ଠାରୁ ତେଇଶି ପର୍ଯ୍ୟନ୍ତ

ଧରି ପରସ୍ପର ହାତ,

ଚାଲିଛୁ ହେ ପ୍ରଭୁ ଚାଲିଥିବୁ ପୁଣି

ପୂର୍ଣ୍ଣ କର ମନୋରଥ ।୯।

ଜାନୁୟାରୀ ମାସ ଛବିଶି ତାରିଖ

ବିବାହ ବାର୍ଷିକୀ ଆଜି,

ସର୍ବ ଦେବାଦେବୀ ଦିଅ ଆଶୀର୍ବାଦ

ବନ୍ଦୁଛୁ ଭକ୍ତିରେ ପୂଜି ।୧୦।

   


Rate this content
Log in

Similar oriya poem from Inspirational