ଭୟ
ଭୟ
ଶୁନ୍ ଶାନ୍ ରାତିରେ,ଥରିଉଠେ ଛାତିରେ,
ନିଦଯଦି ଭାଙ୍ଗିଯାଏ କେବେ ଅଧା ରାତିରେ ।
ରାତି ଅଧ ବୋଲି କାନ୍ଥେ ଘଡି ଦିଏ ସୂଚାଇ,
ଛାତିତଳେ ଦିକ୍ ଦିକ୍ ଧିରେଧିରେ ବଢ଼ଇ ।
ଯୁଆଡକୁ ଚାହିଁଲେ ସେ ଭୁତଭଳି ଦିଶଇ,
ଲାଗେମୋତେ ପଛେପଛେ ଭୁତ ମୋର ଆସଇ ।
ଗଡ୍ ରେଜ ଦେଖି ଲାଗେ ଭୁତ ଆଖି ଜଳୁଛି,
ଟୋପିଦେଖି ଲାଗେ ସତେ ଭୁତ ଛିଡାହୋଇଛି ।
ସବୁ ଆସବାବ ମୋତେ ଭୁତପରି ଲାଗଇ,
ଗୁମ୍ ସୁମ୍ ଚାରିଆଡ ଛାତିମୋର ଥରଇ ।
ଭୟରେ ମୁଁ ଥରିଉଠି ଚିତ୍କାର କରଇ,
ଅନ୍ଧାର ଦେଖି ଭୟ ଦୁଇଗୁଣ ବଢ଼ଇ ।

