STORYMIRROR

Sadananda Sahoo

Abstract

2  

Sadananda Sahoo

Abstract

ଭୟ

ଭୟ

1 min
156

ଭୟ ଜୀବନର ଚିର ସହଚର 

  ପିଚ୍ଛା ଛାଡେନାହିଁ କେବେ , 

ମନ ଭାବନାରେ ଆସ୍ଥାନ ଜମାଏ 

  ଏକଥା ଜାଣନ୍ତି ସର୍ବେ


ଭୟର ସ୍ଵରୂପ  ଭିନ୍ନଭିନ୍ନ ମାତ୍ର 

  ଭବରଙ୍ଗ ଭୂମିତଳେ , 

ଭୟାନକ ସ୍ଥିତି  ଦୁଃଖ ଆଣେ ଅତି 

  ମନ୍ଦବୁଦ୍ଧି  କଉଶଳେ 


ଭୌତିକ କାଣ୍ଡର ଭୟ ଅପାଣାର 

   ଭୂତପ୍ରେତ  ସନ୍ନିହିତ  , 

ଦୁଃର୍ବଳ ମୁହୁର୍ତ୍ତ  ମଥାପାତେ ସତ୍ୟ 

  କଳ୍ପନାରେ   ଭାସେଚିତ୍ର


ହୃଦୟ ସ୍ପନ୍ଦନ   ହୁଏ ପ୍ରଭାବିତ 

  ନିର୍ଜନତା  ଭରେ ଅଶ୍ରୁ , 

ପ୍ରହେଳିକା ଛବି ନେତ୍ରେ ଉଠେନାଚି 

   ଚିତ୍କାର କରଇ ବାସୁ


 କ୍ଷଣ କୋପି ଯନ୍ତୁ ଗ୍ରାସେ ପଥିକକୁ 

   ଅକାରଣେ  ଅଯଥାରେ , 

ଏଭୟ ବିଷୟ  କାରୁଣ୍ୟତା ପୁର୍ଣ୍ଣ 

   ଲୁହଭରେ  ସମାଜରେ


ଅକ୍ରାମଣ କରେ ବାରମ୍ବାର ସତେ 

    ଭୟାନକ  ଜାନୁଆର , 

ସର୍ପ ବ୍ୟାଘ୍ର ହସ୍ତୀ  ଭଲ୍ଲୁକ ଝିଙ୍କାରୀ 

   ମହାଶତ୍ରୁ   ମାନବର


ବିଷଧର ସର୍ପ  ମହା ଭୟଙ୍କର 

  ଗରଳରେ  ପୁର୍ଣ୍ଣକଣ୍ଠ , 

ମାନବର ଶତ୍ରୁ   ସୃଷ୍ଟି ଆରମ୍ଭରୁ 

  ସେ'ପୁଣି ମହୀରେ ଶ୍ରେଷ୍ଠ


ପିଶାଚ ଅସୁର  ଶତ୍ରୁ ମାନବର 

   ପ୍ରହେଳିକା  ସୃ୍ଷ୍ଟି କରେ , 

ଅଦୃଶ୍ୟରେ ଦୃଶ୍ୟ ହୁଏସେ'ଯେ ନିତ୍ୟ 

   ଭାବନାରେ  ଉଙ୍କିମାରେ


ଭୟ ବାସ୍ତବତା ବିଭିଷିକା ସତ୍ତା 

    କ୍ରୁରତାର  ପରିଚୟ , 

ପାଷାଣ ପାପିଷ୍ଟ  କରଇ ଅନିଷ୍ଟ 

   ନ୍ୟାୟ ଧର୍ମ  ହୁଏ କ୍ଷୟ


ଶାଗୁଣା ଚିଲ  ଠୁ ଅତି ଭୟଙ୍କର 

    ଆଜିର ଦୁଷ୍କର୍ମ କାରୀ , 

କାମନା ଲାଳସା  ତାର ଏକାଗ୍ରତା 

   କଞ୍ଚାମାଂସ  ଖାଏ ଝୁଣି


Rate this content
Log in

Similar oriya poem from Abstract