ଭୟ ଲାଗେ
ଭୟ ଲାଗେ
ଭୟ ଲାଗେ
ଭୟ ଲାଗେ ଆଜି
ଏଇ ପ୍ରଗତିଶୀଳ ଦୁନିଆଁର ଲୋକଙ୍କୁ
ଲୋକଙ୍କୁ ନୁହେଁ ତ
ତାଙ୍କରି ଭିତରେ ଛପିରହିଥିବା
କୁତ୍ସିତ ମାନସିକତାକୁ ।
ଭୟ ଲାଗେ
ଭୟ ଲାଗେ ଏଇ ସଜ ସଜ
ଗଢି ଉଠିଥିବା ସମ୍ପର୍କ ଗୁଡିକୁ
ସମ୍ପର୍କକୁ ନୁହେଁ ତ
ସମ୍ପର୍କର ଆଳରେ ଲୁଚିରହିଥିବା
ହୀନ ଛଳନାକୁ ।
ଭୟ ଲାଗେ
ଭୟ ଲାଗେ ଏଇ ଏବେ ଏବେ ଦେଇଥିବା
ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବାକ୍ୟକୁ
ବାକ୍ୟକୁ ନୁହେଁ ତ
ତା'ଭିତରେ ଥିବା ବିଶ୍ୱାସଘାତକତାକୁ ।
ଭୟ ଲାଗେ
ଭୟ ଲାଗେ ଆଜି ଏଇ ଆପଣାର ନିଜର
ନିଜର ବୋଲାଉଥିବା ମଣିଷକୁ
ମଣିଷକୁ ନୁହେଁ ତ
ତା'ର ଉପର ଚିକ୍କଣିଆ ଚେହେରା ପଛରେ ରହିଥିବା
କଳା କାଳିମାରେ ଭରା ପ୍ରତିଛବିକୁ ।
