Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Tragedy Others

4  

Anita Dash

Abstract Tragedy Others

ଭୂତାଣୁ ତକ୍ଷକ

ଭୂତାଣୁ ତକ୍ଷକ

1 min
56



(ଆତଙ୍କର କରାଳ ଛାୟା )

ମଉସୁମୀ ଆସିଅଛି ବରଷାକୁ ନେଇ

ଶୀତଳ ପରଶେ ଧରା ଯାଇଛି ନିଦେଇ । [୧]

ତରୁଲତା ପଶୁ ପକ୍ଷୀ ସଭିଏଁ ଚଂଚଳ

ପ୍ରକୃତିର ଶ୍ରେଷ୍ଠ ପ୍ରାଣୀ ଅଶାନ୍ତ ଅଚଳ । [୨]

ଆଶା ନିରାଶାର ପଛେ ବାଉଳି ବାଉଳି

ଜୀବନ ସହିତ ମୃତ୍ୟୁ ଖେଳେ ଲୁଚକାଳି। [୩]

କାଳ ସ୍ରୋତେ କୁଟାଖିଅ ନିରୀହ ଜୀବନ

ଭୂତାଣୁର ଭଉଁରୀରେ ଛଟପଟ ପ୍ରାଣ । [୪]

ଅନାହୁତ ବାସ୍ତବର କରାଳ ଛାୟାରେ

ସ୍ତିମିତ ପ୍ରଦୀପ ସମ ଜୀବନଟି ଜଳେ। [୫]

ଆତଙ୍କର ଅଣଚାଶ ବହେ ଅମାନିଆ

ଅଚିରେ ନିରବି ଯାଏ ଆଲୋକର ଛୁଆଁ । [୬]

ଭଉଁରୀରେ ଘୂରି ଅବଶ ତା ଅବୟବ

ଅସହାୟବୋଧ ବଢି ବିତୃଷ୍ଣାର ଭାବ। [୭]

ପରଜୀବୀ ଭୂତାଣୁଟି ପରାକ୍ରମ ଶାଳୀ

ପରାଜିତ ପଦାନତ ନର ବଳଶାଳୀ । [୮]

କ୍ଷମତାର ସନ୍ତୁଳନ ଯାଇଛି ଓଲଟି

ନର ଗୃହବନ୍ଦୀ ପଶୁ ସ୍ୱଚ୍ଛନ୍ଦେ ଭ୍ରମନ୍ତି। [୯]

ସଂଯମତା ସଙ୍ଗରୋଧ ଲକ୍ଷ୍ମଣର ରେଖା

ଜାତି ଧର୍ମ ଭୁଲି କରୁ ଜୀବନର ଭିକ୍ଷା । [୧୦]

ତ୍ରସ୍ତ ପରୀକ୍ଷିତ, ମନେ ତକ୍ଷକର ଭୟ

ନିଜ ଛାଇ ଶଙ୍କା ଆଣେ ମରଣର ଭୟ। [୧୧]

ପିତା ପିତା ଲାଗେ ସବୁ ଅନିତ୍ୟ ବାସନା

ସତ୍ୟ ବ୍ରହ୍ମ ପାଇଁ ମନ ହୁଏ ଆନମନା । [୧୨]


Rate this content
Log in

Similar oriya poem from Abstract