"ଭୂତ"
"ଭୂତ"
ମୁଁ ଅତୀତ
ଆଶା ଆକାଙ୍କ୍ଷା ରୁ ରହିତ
ମୋ କର୍ମର ଫଳରୁ
ମୁଁ ବଞ୍ଚିତ
କିଏ କୁହେ ମୋତେ
ଅତୃପ୍ତ ଆତ୍ମା
କିଏ ମୋତେ କୁହେ ଭୂତ ।
ସଂସାର ଜଞ୍ଜାଳେ ରହିଲି ଜଡ଼ିତ
ମାୟା ମୋହରେ ହେଲି ମୁଁ ଜର୍ଜରିତ
କିଛି ଆଶା କିଛି ଆକାଙ୍କ୍ଷା
ମୋ'ର ହେଲା ପୂର୍ଣ୍ଣ ତ
କିଛି ରହିଗଲା ମୋ'ର ଆକାଙ୍କ୍ଷିତ
ସେ ପାଇଁ ମୋ ଅତୃପ୍ତ ଆତ୍ମା
ଘୂରି ବୁଲେ ହୋଇ ଭୂତ ।
ବିଦ୍ୟା ବୁଦ୍ଧି ଜ୍ଞାନ ମୋ'ର
ସବୁ ରହିଗଲା ପରିକଳ୍ପିତ
କଳ୍ପନା ପରିକଳ୍ପନା ମଧ୍ୟେ
ଜୀବନ ଜୀବିକା ର
ମନୋବାନ୍ଛା ମୋ'ର
ସବୁ ରହିଗଲା ସୀମିତ
ଆଶା ରୁ ନିରାଶା
ନିରାଶାରୁ ଆଶା
ମୋ'ର ସବୁ ରହିଗଲା
ହୋଇ ସ୍ଵପ୍ନ ତ
ସେ ପାଇଁ ମୋ ଅତୃପ୍ତ ଆତ୍ମା
ମୃତ୍ୟୁ ପରେ ଆଜି ବି
ପାଲଟି ଯାଇଛି ପରା ଭୂତ ।
ଦେଖି ନ ଥିଲି ମୁଁ
ମୋ'ର ସ୍ଵାର୍ଥ
ସମାଜ ପାଇଁ ଦେଶ ପାଇଁ
ଜୀବନ କୁ ମୁଁ କରିଥିଲି ଉତ୍ସର୍ଗୀକୃତ
ଲୋଭ,ମୋହ,ମାୟା କୁ କରି ଦୂରୀଭୂତ
ପରୋପକାର, ପର ସେବାରେ
ଜୀବନ ଜୀବିକା କୁ କରି ସମର୍ପିତ
ପାର୍ଥିବ ସୁଖ ସ୍ଵାଚ୍ଛନ୍ଦ୍ୟକୁ ଭୁଲି
ନିଃସ୍ଵାର୍ଥପର ଜୀବନେ
ବଞ୍ଚିବାର ରାହା କୁ କଲି
ମୁଁ ସମର୍ଥିତ
ସେ ପାଇଁ ମୁଁ ସବୁ କ୍ଷେତ୍ରେ
ହେଲି ମୁଁ ଅବହେଳିତ
ଯା ଲାଗି ଆଜି ମୁଁ
ପାଲଟି ଯାଇଛି
ଅତୃପ୍ତ ଆତ୍ମା ମୁଁ ଭୂତ ।
କାମନା ରହିତ
ମୁଁ କାମାନ୍ଧ ନୁହେଁ ତ
କାମାଗ୍ନି ରୁ ମୁଁ ବଞ୍ଚିତ
କାମ, କ୍ରୋଧ, ଲୋଭ, ମୋହ ଠାରୁ
ରହି ଦୂରେ ସମାଜ ଆଖିରେ
ମୁଁ ଘୃଣିତ
ଏ ବ୍ୟକ୍ତି ବାଦ, ବସ୍ତୁବାଦୀ
ସମାଜ ଆଖିରେ ମୁଁ
ପଛୁଆ ବର୍ଗ
ମୁଁ ଅଜ୍ଞାନୀ ଅବହେଳିତ
ନିର୍ବୋଧ, ନିର୍ବିକାର ବୋଲି
ଏ ସମାଜ ଆଖିରେ ମୁଁ ପରିଗଣିତ
କିଏ କୁହେ ମୋତେ
ପଳାୟନ ପନ୍ଥୀ
କିଏ ଭାବେ ମୋ ଆତ୍ମା ଅତୃପ୍ତ
କିଏ ପୁଣି ମୋତେ ଆଖ୍ୟା ଦିଅଇ
ମୁଁ କୁଆଡ଼େ ଗୋଟାଏ ଚିର ଆକାଙ୍କ୍ଷିତ
ଅତୃପ୍ତ ଆତ୍ମା କୁଆଡେ ମୁଁ ଗୋଟେ ଭୂତ ।

