STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଭୂମିପୁତ୍ର

ଭୂମିପୁତ୍ର

1 min
205


ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ଅଦମ୍ୟ ସାହସୀ 

   ବୀର ଶ୍ରୀ ବିଜୟାନନ୍ଦ 

ଅନୁପମ ତୁମ୍ଭ  ଦକ୍ଷତା ନେତୃତ୍ୱ

  ଓଡ଼ିଶାର ସ୍ୱ।ଭିମାନ ।

ମୁକ୍ତ ଆକାଶର ସ୍ୱଚ୍ଛନ୍ଦ ବିହଙ୍ଗ

   ପରାକାଷ୍ଠା ଅସାମାନ୍ୟ

ମାନି ନାହଁ କେଭେଁ ସମୟ କଠିନେ

  ପରାଭବ ବାଧା ବିଘ୍ନ ।

ଝଡ଼ର ଇଗଲ ପରି ତୁମେ କ୍ଷିପ୍ର

  ବାୟୁ ଦୂତ ଭୂମିପୂତ୍ର

ନିଜ ଜୀବନକୁ ବାଜିରେ ଲଗାଇ

  ଉଦ୍ଧରିଥିଲ ମଇତ୍ର ।

ହେ ଜନ ନାୟକ ଦିବ୍ୟ ଦୂରଦ୍ରଷ୍ଟା

  ସଭା ହେଉ ବା ସଦନେ

ଉଦାତ୍ତ ଗାମ୍ଭୀର୍ଯ୍ୟ ତୁମ ଆହ୍ୱାନକୁ

   ଡେରୁଥିଲେ ସର୍ବେ କର୍ଣ୍ଣେ ।

ହେଉ ଯୁଦ୍ଧ ଭୂମି କିବା ଆନ୍ଦୋଳନ

   ସଦା ଥିଲ ଅଗ୍ରଭାଗେ

ଇଙ୍ଗିତେ ତୁମର ରାଜ୍ୟ ସାରା ଦେଶେ

  ନବ ନିର୍ମାଣ ପ୍ରାରମ୍ଭେ ।

ଉତ୍କର୍ଷ କଳିଙ୍ଗ ଉତ୍କଳ ଓଡ଼ିଶା

  ବିକାଶ ସାଧନ ସ୍ୱପ୍ନ

ପାରାଦୀପ ଠାରେ ନୈ।ବାଣିଜ୍ୟ ପାଇଁ

  ବନ୍ଦର କଲ ସ୍ଥାପନ ।

ପଞ୍ଚାୟତ ରାଜ ସ୍ୱ।ୟତ୍ତ ବ୍ୟବସ୍ଥା

  ନାରୀ ଶକ୍ତି ଜାଗରଣେ

ସୃଜିଥିଲ ତୁମେ ଉଜ୍ଜ୍ବଳ ଦୃଷ୍ଟ୍ୱ।ନ୍ତ

  ଆଜି ସାର୍ଥକ ପ୍ରମାଣେ ।

ବିଶ୍ଵ ଜାତିସଙ୍ଘେ କଳିଙ୍ଗ ସମ୍ମାନ

  ଏକକ ସ୍ମୃତି ଅନନ୍ୟ

ଜାତି କର୍ଣ୍ଣଧାର ପ୍ରିୟ ବିଜୁବାବୁ

  କୃତିତ୍ବ ଅପରିସୀମ ।


  



Rate this content
Log in

Similar oriya poem from Inspirational