Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଭଉଣୀ ମୋ ସୁନାନାକୀ

ଭଉଣୀ ମୋ ସୁନାନାକୀ

1 min
293



ପାଖେଇ ଆସୁଛି ଶ୍ରାବଣ ପୂର୍ଣ୍ଣମୀ

ଉଇଁବ ଶରଦ ଜହ୍ନ 

ବାନ୍ଧିବି ସରାଗେ ଭଉଣୀଠୁ ରାକ୍ଷୀ

ମନ ହୁଏ ଛନ୍ନ ଛନ୍ନ ।


ଲାଖି ଗଲେ ଆଖି ଦେଖଇ ସପନ

ଜହ୍ନ ମାମୁଁ ହୋଇ ଖୁସି

ହାତକୁ ବଢାଇ ଦେଉଛନ୍ତି ଯାଚି

ନୂଆ ଚିଜ ହସି ହସି ।


ଦେଖୁଛି ପରଖି ତନ୍ନ ତନ୍ନ କରି

ସେଇଟି ଉଜ୍ଜ୍ବଳ ରାକ୍ଷୀ

କହୁଛନ୍ତି ପ୍ରିୟ ଜହ୍ନମାମୁଁ ହସି

ପିନ୍ଧିନେ ଯତ୍ନ କରିକି ।


ସଜ ହୋଇଅଛି ପକ୍ଷୀରାଜ ଘୋଡା

ଚଢି ତୁ ପାରିବୁ ଉଡି

କୁଳନନ୍ଦନରେ ଭଉଣୀ ତୋହର

ସଜାଡିଛି ପୂଜାଥାଳୀ ।


ଶୁଣି ଭାଇ ଡାକ ଭାଙ୍ଗିଗଲା ନିଦ

ଉଠିଲି ମୁଁ ଆଖି ମଳି

ହୋଇ ମୁଁ ପ୍ରସ୍ତୁତ ବଢାଇଲି ହାତ

ପିନ୍ଧିଲି ରେଶମୀ ଡୋରୀ ।


ଭାବୁଛି ନିଜକୁ ବଡ ଭାଗ୍ୟବାନ

ଭଉଣୀ ମୋ ସୁନାନାକୀ

ସୋହାଗେ ସୁନ୍ଦର ଉତ୍ସାହେ ଆନନ୍ଦ 

ଉଡେ ମୋର ମନ ପକ୍ଷୀ ।

    


Rate this content
Log in

Similar oriya poem from Inspirational