STORYMIRROR

Kalyani Nanda

Tragedy

2  

Kalyani Nanda

Tragedy

ଭୁଲଟିଏ କଲି

ଭୁଲଟିଏ କଲି

1 min
13.8K



ମୋ ଲୁହକୁ...

ଆପଣାର ବୋଲି ତୋତେ ଭାବିଥିଲି

ମୋତେ ଚେତାଇ ନ ଦେଲୁ

ମନ ବାଢି ଦେଲେ କେ ବୁଝିବ ହେଳେ

ତୁନିହୋଇ ସବୁ ଶୁଣିଲୁ

ପାଇଥିଲି ସାଥି

କରିଥିଲି ପ୍ରୀତି

ଝରଣାଟେ ହୋଇଥିଲି,,,,

କେଡ଼େ ଭୁଲଟିଏ କଲି,,,,,,।1।


ନିଶି ଉଜାଗରେ ତୁ ଥିଲୁ ସାଥିରେ

ନୀରବରେ ଗଲୁଝରି

ପଣତ ଭିଜିଲା ଆଖି ଫୁଲିଗଲା

ଛାତି ଉଠୁଥିଲା ଥରି

ଆଖି ତଳ ପତା

ବୁଝିଲାନି ବଥ।

ସବୁ ସୁଖ ବିକି ଦେଲି,,,,

କେଡ଼େ ଭୁଲଟିଏ କଲି,,,,,।2।

*****

କଲ୍ୟାଣୀ ନନ୍ଦ

ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy