ଭୁଲିଯିବା
ଭୁଲିଯିବା
ଆସ ସବୁ ଭୁଲିଯିବା
ଦୁଃଖ ଭୁଲିଯିବା
ସୁଖ ଭୁଲିଯିବା
ଭାଇ ବନ୍ଧୁକୁଟୁମ୍ବ
ସଖା ସହୋଦର
ସଭିଙ୍କୁ ଭୁଲିଯିବା
ଭୁଲିଯିବା ଆସ ଭୁଲିଯିବା ।
ମିଛ ମାୟା ସଂସାରକୁ ଭୁଲିଯିବା
ପ୍ରେମକୁ ପ୍ରେମିକାକୁ ଭୁଲିଯିବା
ଭଲ ପାଇବାକୁ ଭୁଲିଯିବା
କର୍ମକୁ କାର୍ଯ୍ୟାଳୟକୁ ଭୁଲିଯିବା
ସଂସାର ଜଞ୍ଜାଳକୁ ଭୁଲିଯିବା
ଭୁଲିଯିବା ଆସ ଭୁଲିଯିବା ।
ମିଛକୁ ଭୁଲିଯିବା
ସତ୍ୟକୁ ଭୁଲିଯିବା
ଜୀବନ ଓ ଜୀବିକାକୁ ଭୁଲିଯିବା
ଜୀବନ ଦର୍ଶନକୁ ଭୁଲିଯିବା
ନୀତି ଆଦର୍ଶକୁ ଭୁଲିଯିବା
ଦୁର୍ନୀତିକୁ ଭୁଲିଯିବା
ସୁସ୍ଥ ସମାଜ ଗଠନ କରିବା
ଭୁଲିଯିବା ଆସ ଭୁଲିଯିବା ।
ମା ମାଟି ପାଇଁ ସବୁ ଭୁଲିଯିବା
ସମୃଦ୍ଧ ଦେଶ ପାଇଁ
ସବୁ ଭୁଲିଯିବା
ମଣିଷ ସମାଜର ବିକାଶ ପାଇଁ
ସ୍ଵାର୍ଥ ଅର୍ଥକୁ ଭୁଲିଯିବା
କ୍ଷମତା ଚଉକିକୁ ଭୁଲିଯିବା
ରାଜନୀତି ର ଗୋଳିଆ ପରିବେଶକୁ
ଭୁଲିଯିବା ଆସ ଭୁଲିଯିବା ।
ମୁଁ ନୁହେଁ ଆମେ ରେ ବିଶ୍ଵାସ କରିବା
ଅହଂକାରକୁ ଭୁଲିଯିବା
ଅହମିକା ଓ ଈର୍ଷାକୁ ଭୁଲିଯିବା
ଲୋଭ ମୋହକୁ ଭୁଲିଯିବା
ପର ଆପଣା ଭେଦ ଭାବକୁ ଭୁଲିଯିବା
ଜାତି ଧର୍ମକୁ ଭୁଲିଯିବା
ଭୁଲିଯିବା ଆସ ଭୁଲିଯିବା ।
ଲିଙ୍ଗଗତ ପ୍ରଭେଦକୁ ଭୁଲିଯିବା
ସ୍ତ୍ରୀ ପୁରୁଷ ମଧ୍ୟେ ଥିବା
ପାର୍ଥକ୍ୟକୁ ଭୁଲିଯିବା
କନ୍ୟା ଭୃଣ ହତ୍ୟାକୁ ଭୁଲିଯିବା
ଦୁଷ୍କର୍ମକୁ ଭୁଲି ସୁକର୍ମ ପ୍ରତିଷ୍ଠା ପାଇଁ
ଚେଷ୍ଟିତ ହେବା
ମାତୃଭୂମି ମାତୃଭାଷା ର ଉନ୍ନତି ପାଇଁ
ନିଜ ସ୍ଵାର୍ଥକୁ ଭୁଲିଯିବା
ଭୁଲିଯିବା ଆସ ଭୁଲିଯିବା ।
ଭାଇଚାରା ଓ ଭ୍ରାତୃ ଭାବ ପାଇଁ
ହିଂସା ଦ୍ୱେଷ ବିଦ୍ୱେଷକୁ ଭୁଲିଯିବା
ବିଶ୍ଵ ଶାନ୍ତି ପାଇଁ ଯୁଦ୍ଧକୁ ଭୁଲିଯିବା
ଦେଶ ଦେଶ ମଧ୍ୟେ ଦ୍ଵନ୍ଦ୍ଵ ଯୁଦ୍ଧକୁ ଭୁଲିଯିବା
ମଣିଷ ସମାଜର ବିକାଶ ପାଇଁ
ବିଶ୍ଵେ ଶାନ୍ତି ମୈତ୍ରୀ ପାଇଁ
ଯୁଦ୍ଧକୁ ଭୁଲିଯିବା ଆସ ଭୁଲିଯିବା ।
