Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational Others Children

4  

Jayashree Maharana

Inspirational Others Children

ଭୁଲିବି ନାହିଁ

ଭୁଲିବି ନାହିଁ

1 min
206


ଭୁଲିବି ନାହିଁ ଜୀବନେ କେବେ

ମାତୃଭୂମିର ଦାନ

ଯାହାର ପାଣି ପବନେ ଗଢା

ମୋର ଶରୀର ପ୍ରାଣ ।


ଭୁଲିବି ନାହିଁ ମାଆକୁ ମୋର

ଦେଇଛି ଯିଏ ଜନ୍ମ

ତାର ଅମୃତ ମୋ ଦେହେ ରକ୍ତ

ଅମୂଲ୍ୟ ତା'ର ପ୍ରେମ ।


ଭୁଲିବି ନାହିଁ ବାପାଙ୍କୁ କେବେ

ଯାହାର ହାତ ଧରି

ଚାଲି ଶିଖିଲି ପଥ ଦେଖିଲି

ବାଟୋଇ ଭାଇ ପରି ।


ଭୁଲିବି ନାହିଁ ମାତୃଭାଷାକୁ

କହିଲି ତୁଣ୍ଡେ କଥା

ମନେ ଜମାଟ ଭାବ ପ୍ରକାଶେ

ବଖାଣେ ହୃଦ ବ୍ୟଥା ।


ଭୁଲିବି ନାହିଁ ପରିବାରକୁ

ଅପାର ସ୍ନେହଶ୍ରଦ୍ଧା

ଦୁଃଖ ସୁଖରେ ସେ ସୁଖୀ ଦୁଃଖୀ

ଅତୁଟ ଡୋର ବନ୍ଧା ।


ଭୁଲିବି ନାହିଁ ଗୁରୁଙ୍କ ମୋର

ଅଜ୍ଞାନ ଦୂର କରି

ଜୀବନ ପଥେ ଜ୍ଞାନ ଆଲୋକ

ଦେଇଛନ୍ତି ସେ ଭରି ।


ମଣିଷ ଜନ୍ମ ଈଶ୍ୱର ଦାନ

କେବେ ଭୁଲିବି ନାହିଁ

ତାଙ୍କରି ପଦେ ଭକ୍ତି ପ୍ରଣତି

ଢାଳୁଛି ସଦା ମୁହିଁ ।


Rate this content
Log in

Similar oriya poem from Inspirational