STORYMIRROR

Ajit Kumar Raut

Action

4  

Ajit Kumar Raut

Action

ଭୁଲି ଯିବା ଆମେ

ଭୁଲି ଯିବା ଆମେ

1 min
239


ଅତୀତ୍ବକୁ ଭୁଲି ଆଗକୁ ବଢିବା


ନ ଡ଼ରିବା ଆଉ ପୁଣି,


ବିପଦ ଆସିବ ଯନ୍ତ୍ରଣା ଭି ଦେବ


ପ୍ରକୃତି ନିୟମ ମଣି।


ଅତୀତ୍ବ କଥାକୁ ମନେ ନ କରିଣ


କର୍ମପଥେ ଚାଲୁ ଥିବା,


ରାଷ୍ଟ୍ରର ଉନ୍ନତି କରିବା ନିମନ୍ତେ


ତତ୍ପର ହିଁ ନିତ୍ୟେ ଥିବା।୨।


ମାସ୍କ ପିନ୍ଧିବା ହିଁ ଅଳଙ୍କାର ହେଲା


ପିନ୍ଧିବା କର୍ତ୍ତବ୍ୟ ରହୁ,


ଦୂରତ୍ୱ ରହିବା ଆବଶ୍ୟକ ହେଲା


ଦୂରତ୍ୱ କର୍ତ୍ତବ୍ୟ ରହୁ।୩।


ମନେ ନ ରଖିବା କରୋନା ରୋଗକୁ


କର୍ମପଥ ରହୁ ମନେ,


ଆତ୍ମନିର୍ଭରଟି କରିବା ରାଷ୍ଟ୍ରକୁ


କର୍ତ୍ତବ୍ୟ ହିଁ ରହୁ ମନେ।୪।


ଜନ ନିୟନ୍ତ୍ରଣ ଆବଶ୍ୟକ ଏବେ


କାର୍ଯ୍ୟ ହେଉ ତାର ପାଇଁ,


ନିଅଁଟ ନ ହେଉ ଜନ ଆବଶ୍ୟକ


ନିୟନ୍ତ୍ରଣ ତାର ପାଇଁ।୫।


ବିରୋଧର ସ୍ବର ନ ହେଉ ଦେଶରେ


ଅତି ଆବଶ୍ୟକ ଏହି,


ବୃଦ୍ଧି ପାଉ ଅଛି ଅତି ହିଁ ତୀବ୍ରତା


ରୁକିବା କର୍ତ୍ତବ୍ୟ ସେହି।୬।


ପରିପୂର୍ଣ୍ଣ ହେବ ଜନ ଆବଶ୍ୟକ


ନିଅଁଟର ପ୍ରଶ୍ନ ନାହିଁ,


ଆତ୍ମନିର୍ଭରଟି ଦେଶ ହୋଇ ଯିବ


ଗୌରବ ପାଇବ ତହିଁ।୭।


ଉନ୍ନତିର ମାର୍ଗ ଗଗନ ଚୁମ୍ବିବ


ଶକ୍ତିଶାଳୀ ହେବ ସବୁ,


ଜନ ନିୟନ୍ତ୍ରଣ ଆବଶ୍ୟକ ତହୁଁ


ଗୌରବ ଆଣିବ ସବୁ।୮।


ଦେଶେ ହେଉ ଏବେ ଜନ ଜାଗରଣ


ଆମେ ଦୁଇ ଆମ ଦୁଇ,


ଏହି ମନ୍ତ୍ର ଯେବେ ସାକାର ହୋଇବ


ନ ରହିବ ଦୁଃଖ ଭାଇ।୯।


ଅତୀତ୍ବକୁ ଭୁଲି ଆଗକୁ ବଢିବା


ନ ଡ଼ରିବା ଆଉ ପୁଣି,


ବିପଦ ଆସିବ ଯନ୍ତ୍ରଣା ଭି ହେବ


ପ୍ରକୃତି ନିୟମ ମଣି।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action