STORYMIRROR

Ajay kumar Behera

Abstract

3  

Ajay kumar Behera

Abstract

ଭୁଲି କି ଯାଇଛୁ ତୁହି

ଭୁଲି କି ଯାଇଛୁ ତୁହି

1 min
186


ବାଆରେ କଳା ଠାକୁର

   ବସିଛୁ ତୁ ରତ୍ନ ସିଂହାସନେ

ନିତି ଷାଠିଏ ପଉଟି

   ରନ୍ଧା ହୁଏ ପରା ତୋ ସଦନେ।୧।


ପେଟ ଭୋକ କଥା ଆଜି

   ଭୁଲି କି ଯାଇଛୁ ତୁ ସତରେ

ଚଣ୍ଡାଳୁଣୀ ଘରେ ପଶି ଥିଲୁ

   ବ୍ରାହ୍ମଣ ଭୁଲି ଭୋକ ଜାଳାରେ।୨।


ଭାବୁ ନାହୁଁ କାହିଁ ଥରେ

   ତୋ ଭକତ ରହେ ଉପବାସ

ପେଟ ଭୋକ ପେଟେ ମାରି

   ବୁଲେ ସେତ ବରଷ ବରଷ।୩।


ତୋଳି ପାରେ ନାହିଁ ଘର

   ପଙ୍ଗୁ ପୁଣି ହାତ ଗୋଡ଼ ଯାର

ପଡି ରହେ ଦାଣ୍ଡେ ତୋର

   ଖାଇ ଖରା,ବରଷା କାକର।୪।


ତୋ ବଡ଼ ଦାଣ୍ଡେ ରଖିଛୁ 

   କେତେ ଠକ, ଭଣ୍ଡ ଭିକାରୀ ଙ୍କୁ

ଭୁଲି କି ଯାଇଛୁ ତୁହି

   ସୁଧାରିବାକୁ ପାପୀ ତାପିଙ୍କୁ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract