STORYMIRROR

Bauribandhu Lenka

Tragedy

5.0  

Bauribandhu Lenka

Tragedy

ଭୁଲି ହୁଏନା

ଭୁଲି ହୁଏନା

1 min
13.5K


ନିକଟରେ ଥିଲି ଯେତେବେଳେ

କେବେ ବି ତ କରିନ ଇଶାରା

ସେଠାରୁ ଆସିବାର ବହୁଦିନ ପରେ,

ଅକସ୍ମାତେ ଯେବେ ଦେଖାହେଲା,

ଡାକି ତୁମେ କଥା ହେଲ,

ଆଖିରୁ ତୁମର ବହିଗଲା ଦୁଇଧାର ଲୁହ

ଆଉ ତୁମେ ପଡିଗଲ ଧରା II

ଜାଣି ମୁଁ ନଥିଲି ,

ତୁମେ ଏତେ ଭଲ ପାଅ ବୋଲି

ସେପରି ମୁଁ କେବେ ଭାବି ବି ନ ଥିଲି I

କିନ୍ତୁ ସବୁ କିଛି ବଦଳିଗଲା ଅଳ୍ପ ସମୟରେ

ଚକ୍ରବାକ ପରି ତୁମେ ପଶି ଆସିଲ

ମୋ ଜୀବନ ପରିଧି ଭିତରେ II

ଦୁଇ ପଦ କଥା ହେଲା ପରେ,

ତୁମେ ସବୁ ଜାଣି ଯାଇଥିଲ,

ଆଉ ଲୁହ ଛଳ ଛଳ ହୋଇ

ମୁଁ ବି ଫେରି ଆସିଥିଲି I

ହେଲେ ଯାହା ସବୁ ଘଟିଗଲା

ସେଇ କିଛି ମୂହୁର୍ତ୍ତରେ

ମୋ ମନରେ ରହିଅଛି ସ୍ମୃତି ହୋଇ

ରହିଥିବ ଏ ଜୀବନ ସାରା

ପାରିବିନି ଭୁଲି II

****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy