STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

ଭୁଲି ଗଲୁ

ଭୁଲି ଗଲୁ

1 min
28


କାଲି ଥିଲୁ

ଖେଳ ସାଥି ମୋର

ଆଜି କାହିଁ

ହେଇ ଗଲୁ ପର।୧।


ଭୁଲି ଗଲୁ

ପଛ ସବୁ ଦିନ

ଭାଙ୍ଗି ଦେଲୁ

ଟିକି ମୋର ମନ।୨।


ଭାବି ଥିଲି

ଏଇ ମନେ ମୋର

ଗଢିବୁ ଲୋ

ଦିନେ ତୁହି ଘର।୩।


ଆଜି ନାହିଁ

ସେଇ ପିଲା ଦିନ

ହଜି ଗଲା

ପଛ ଯେତେ ଚିହ୍ନ।୪।


ମିଛି ମିଛି

ବର ବୋହୂ ଖେଳ

ହେଇ ଗଲା

ସତେ ଆଜି କାଳ।୫।


ଦୂରେ ଅଛୁ

ସତେ ତୁହି ମୋର

ମନେ ନାହିଁ

ଆଶା ପାଇ ବାର।୬।


ଆଶା ମୋର

ଭଲରେ ତୁ ଥିବୁ

କଥା ମୋର

ମନେ କରୁ ଥିବୁ।୭।



Rate this content
Log in

Similar oriya poem from Inspirational