STORYMIRROR

ଅନିଲ କୁମାର ଲେଙ୍କା

Inspirational

4  

ଅନିଲ କୁମାର ଲେଙ୍କା

Inspirational

ଭୁଲ ଠିକଣା

ଭୁଲ ଠିକଣା

1 min
366

ମାୟାବିନୀ ସେଇ ହସୁଥିବା ମୁହଁ

   ପଛେ ପୁରା ବେଇମାନୀ

ପ୍ରେମ ଆଜି ଛଳନା ବଜାରେ ଶସ୍ତା

   ହାଟରେ ବିକ୍ରି ବିପଣୀ,

କାଲିର ପଚା-ସଢ଼ା ଗୋପନୀୟତା

  ଭୁଲ ଠିକଣା କାହାଣୀ ।।


କେମିତି ବଦଳେ ମଣିଷ ପ୍ରକୃତି

   ଜାଣିବା ବହୁ ମୁସ୍କିଲ,

ଗାଡ଼ିରୁ ଓହ୍ଲେଇ ଦୌଡ଼ୁଥିବା ପାଦ

   ହଠାତ୍ ହୁଏ ମାତାଲ,

ଦମକଳ ସଦା ବେଇମାନୀ କରେ

   ନିଆଁର ଥିଲେ ବେହାଲ ।।


ନିରବତାର ସେ ନିର୍ବାସିତ ମର୍ମ

   ନିରୁଦ୍ଦିଷ୍ଟ ହୋଇ ଯାଏ,

ପରିଚୟ ସବୁ ଅଚିହ୍ନା ଅଜଣା

   ମନେ ବି ପଡ଼ୁ ନଥାଏ,

ବାରମ୍ବାର ପହଞ୍ଚିଥିବା ଏ ଠିକଣା 

   ଅଲକ୍ଷରେ ଭୁଲ ହୁଏ ।।


ଛୁଇଁଥିବା ସବୁ ଛୁଞ୍ଚିର ଆବେଗ

   ହଠାତ୍ କଳଙ୍କମୟ

ଛୁରୀର ତୀକ୍ଷ୍ଣ ଧାରେ ଦଣ୍ଡାୟମାନ 

  ପୁଣି ଯେ ବେକାବୁ ପ୍ରାୟ

ନୀଳ ଆକାଶର ଗାଢ଼ ସ୍ୱଚ୍ଛତାରେ

   ପ୍ରୀତିଟା ଛଳନାମୟ ।।


ବଦଳି ଥିବା ଆଜି ଋତୁର କ୍ରମ

   ହଠାତ୍ ନିଦାଘ ଗ୍ରସ୍ତ 

ଗଛ ସବୁ ପତ୍ର ଥାଇ ଥୁଣ୍ଟା ସମ

   ଫିକା ଫିକା ମରୁତ୍ରସ୍ତ 

ବସନ୍ତର ସେ ସବୁଜ ମେରୁଦଣ୍ଡ 

   ଅସମୟେ ଭୀତିଗ୍ରସ୍ତ ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational