STORYMIRROR

Rajendra Bishoyi

Tragedy

3  

Rajendra Bishoyi

Tragedy

ଭୁଲ ଠିକଣା

ଭୁଲ ଠିକଣା

1 min
268

ପାରିଲିନି କହି ବୋଲି ମୋ ମନର କଥା

           ସରାଗରେ ଲେଖିଦେଲି ଚିଠି

ଲେଖି ସବୁ ଅକୁହା କଥାକୁ

        ଶେଷରେ ମୁଁ ଲେଖିଦେଲି ଇତି ।

ତରବରେ ଲେଖିଲି ଠିକଣା

        ପକାଇଲି ଡାକଘରେ ନେଇ

ଡାକବାଲା ଠିକଣା ପଢିକି

        ଚିଠିଟିକୁ ଦେଲା ସେ ବଢାଇ ।

ଠିକଣାଟା ଭୁଲ ଥିଲା ବୋଲି

       ଚିଠି ମୋର ତୋ ମାମୁଁ ପଢିଲା

କିଛି ପୋଷା ଗୁଣ୍ଡା ସାଥେ ନେଇ

      ମୋତେ ପୁରା ପକେଇ ଛେଚିଲା ।

ବହିଗଲା ନୟନରୁ ଲୁହ

      ଅସହ୍ୟ ମୋ ଶରୀରର ବ୍ୟଥା

ଜାଣିଛି ମୁଁ ତୋର ଭୁଲ ନୁହଁ

      ଭୁଲ ଥିଲା ମୋର ଚଞ୍ଚଳତା ।

ଲେଖିଦେଲି ମୋ ହାତରେ ମୁହିଁ

      ତରବରେ ନିଜେ ଭୁଲ ଠିକଣା

ସେଥିପାଇଁ ପ୍ରେମର ସହରେ

       ହୋଇଗଲି ନିଜେ ବାଟବଣା ।

ମୋ ଚଞ୍ଚଳ ମନ ପାଇଁ ମୁଁ ଯେ

        ନ ହୋଇଲି ପ୍ରେମିକରେ ଗଣା

ପ୍ରେମହାଟେ ସଉଦା କରିକି

        ପାଇଗଲି ପ୍ରେମର ପାଉଣା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Tragedy