Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jashobant Pattanayak

Tragedy

3  

Jashobant Pattanayak

Tragedy

ଭୁଲ୍ ଠିକଣା

ଭୁଲ୍ ଠିକଣା

1 min
227


   

 ଦୁଃଖକୁ ନିଜର କଲି -

ସୁଖ ଯେବେ ସାତପର ହେଲା,

ଲୁହସବୁ ଢକଢକ ପିଇବା ଶିଖିଲି ;

ହସ ଯେବେ ଓଠ ଛାଡ଼ିଗଲା ।।


ବେଦନାକୁ ଆପଣାର କଲି -

ଖୁସି ଯେବେ ହାତ ଛାଡ଼ିଦେଲା,

ଧିରେଧିରେ ଉଠିପଡ଼ି ଚାଲିବା ଶିଖିଲି ;

କଣ୍ଟା ଯେବେ ପାଦେ ଫୁଟିଗଲା ।।


ଯାତନାକୁ ଜାବୁଡ଼ି ଧରିଲି -

ପ୍ରେମ ଯେବେ ଧୋକା ଦେଇଗଲା,

ଚୁନାଚୁନା ସ୍ୱପ୍ନସବୁ ସାଉଁଟି ରଖିଲି ;

ସଂପର୍କଟା ଯେବେ ତୁଟିଗଲା ।।


କାନ୍ଧେ ବୋଝ ବୋହିବା ଶିଖିଲି -

ହାତସବୁ ଯେବେ କଟିଗଲା,

ଦୀର୍ଘଶ୍ୱାସେ ଏକାଏକା ବଞ୍ଚିବା ଶିଖିଲି ;

ରକ୍ତ ଯେବେ ପାଣି ଫାଟିଗଲା ।।


ଖରାଟାରେ ସିଝିବା ଶିଖିଲି -

ଜାଡ଼ ଯେବେ ହାଡ଼ ଥରାଇଲା,

ସ୍ୱାର୍ଥପର ଦୁନିଆଁଟା ଏତିକି ଜାଣିଲି ;

ଝଡ଼ ଯେବେ ଘର ଭାଙ୍ଗିଦେଲା ।।


ହୄଦୟ ମୋ' ଛଟପଟ ହୁଏ -

କେଉଁ ଏକ ଅସହ୍ୟ ଜ୍ଜ୍ୱ।ଳାରେ,

ଦୁଃଖ ବସି ପାଖେପାଖେ ମଥା ସାଉଁଳାଏ ;

ତା'ର ମିଠା ଶୀତଳ ଛୁଆଁରେ ।।


ଏବେ ଏକ ନୂଆଘର ତୋଳି -

ରହୁଛି ମୁଁ ଦୁଃଖ ନେଇ ସାଥେ,

ସୁଖ ଆସି ପୁଣିକେବେ ମୋତେ ଯଦି ଖୋଜେ ;

ଦେଇଦେବ ଭୁଲ୍ ଠିକଣାଟେ ।।


Rate this content
Log in

Similar oriya poem from Tragedy