STORYMIRROR

CHINMAYEE PRADHAN

Romance Tragedy Classics

4  

CHINMAYEE PRADHAN

Romance Tragedy Classics

ଭୁଲ  ସବୁ ସମୟର

ଭୁଲ  ସବୁ ସମୟର

1 min
399

ନା ଭୁଲ୍ ଥିଲା ତୁମର

ନା ଭୁଲ୍ ଥିଲା ମୋର,

ଭୁଲ ତ ସବୁ ସମୟର

ଭୁଲ ତ ସବୁ ସମୟର। 


ସେ ହିଁ ଦେଇଥିଲା ଇସାରା 

ଆଗକୁ ବଢିବାର, 

ଦେଇଥିଲା ସିଏ ଅନୁମତି 

ସଂପର୍କଟେ ଗଢିବାର। 


ବନ୍ଧୁତା ଯେବେ ହେଲା 

ଗାଢରୁ ଗାଢତର, 

ପ୍ରେମିକ ପ୍ରେମିକା ସାଜିଲେ 

ଆମେ ଦୁହେଁ ଦୁହିଁଙ୍କର। 


ସମ୍ମତି ବି ଦେଇଥିଲା 

ଆମ ଦୁଇ ପରିବାର, 

ମୁଁ ସାଜିଥିଲି ନବବଧୂ

ତୁମ ଘର ଅଗଣାର।


କଥା ତୁମେ ଦେଇଥିଲ

କରିବନି କେବେ ପର, 

ଆସିଲେ ବି ଯେତେ ଝଡ

ଛାଡିବନି ହାତ ମୋର। 


ସମୟ ବୁଣିଲା ବିଷ

ମଞ୍ଜି ଯେବେ ସନ୍ଦେହର, 

ଛିଡିଗଲା ସୂତାଖିଅ

ସବୁ ଆମ ସଂପର୍କର। 


ଆଜି ବି ପାଉଛି ଭଲ

ପାଉଥିବି ସବୁଦିନ, 

ଚାହିଁ ମୁଁ ବସିଛି ପ୍ରିୟ 

ବାଟ ତୁମ ଫେରିବାର। 


ନା ଭୁଲ୍ ଥିଲା ତୁମର

ନା ଭୁଲ୍ ଥିଲା ମୋର,

ଭୁଲ ତ ସବୁ ସମୟର

ଭୁଲ ତ ସବୁ ସମୟର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance