STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ଭୁଲ୍ ବୁଝିବନି ମୋତେ --୨

ଭୁଲ୍ ବୁଝିବନି ମୋତେ --୨

2 mins
7

     


ଗୋ ପ୍ରାଣ ପ୍ରିୟା ମୋ ହୃଦୟର ପରଶମଣି 

ତୁମକୁ ପାଇ ମୁଁ ହୋଇଛି ଧନ୍ୟ 

ତୁମ ବିନା ଅନ୍ଧାର ଦିଶେ ସାରା ଦୁନିଆଁ 

ସମ୍ମୋହିତ ହୁଏ ମୁଁ ତୁମ ପ୍ରେମର କିମିଆଁରେ 

ଦେଇଛି ମନ ହୃଦୟ ତୁମକୁ 

ଏମିତି କିଛି ଅଦେୟ ନାହିଁ ଯା' ଦେଇ ନାହିଁ 

କରି ତୁମେ ମନ ଊଣା 

କେବେ ଭୁଲ୍ ବୁଝିବନି ମୋତେ 

ଦୁଇ ମନ ଦୁଇ ହୃଦୟ ଆମର ହୋଇଛି ଏକ 

କିଛିରେ ବି କିନ୍ତୁ ନାହିଁ ମୋର 

ତୁମ ପାଇଁ ମୋ ସ୍ବପ୍ନ ହୁଏ ସାକାର 

ତୁମ ହସରୁ ଝରେ ହୀରା ନୀଳା ମୋତି 

ଯେବେ ବି ମୁଁ ଯୁଆଡ଼େ ଯାଏଁ ମନ ଥାଏ ତୁମଠି 

ଆତ୍ମା ଆତ୍ମାର ବନ୍ଧନ ଆମର ପବିତ୍ର ଅତୁଟ 

ମୋ ଆଖିରେ ତୁମେ ସବୁଠୁ ସୁନ୍ଦରୀ 

ମନ କହେ ପୂର୍ବ ଜନ୍ମରେ ଥିଲ ତୁମେ ସରଗ ପରୀ 

ସାଗରର ଗଭୀରତା ପରି ମୋ ଭଲ ପାଇବା 

କେବେ କୌଣସି ପରିସ୍ଥିତିରେ 

ହୋଇ ତୁମେ ବିଚଳିତ କି ବ୍ୟତିବ୍ୟସ୍ତ 

ଭୁଲ୍ ବୁଝିବନି ମୋତେ 

ତୁମେ ମୋର ଜୀବନ ପ୍ରାଣର ସ୍ପନ୍ଦନ 

ସବୁ ଶୁଭ ଲାଭ ହୁଏ କଲେ ତୁମ ମୁଖ ଦର୍ଶନ 

ତୁମେ ସୌଭାଗ୍ୟବତୀ ପ୍ରେମମୟୀ 

ରୂପ ଗୁଣରେ ତୁମେ ମୋତେ କରିଛ ସନ୍ତୁଷ୍ଟ 

ତୁମେ ସୁଲକ୍ଷଣୀ ବୁଦ୍ଧିମତୀ 

ମୋ ହସରେ ଲୁହରେ ନିଅ ମନ ମୋହି 

ସାରି ପାରେନା ତୁମ ପ୍ରଶଂସା ଯେତେ କହି 

ମିଛ ମାୟା ଘେରା ଦୁନିଆଁରେ 

ଆଜିର ମଣିଷ ହୁଅନ୍ତି ଭାରି ସନ୍ଦେହୀ 

ପରକଥାରେ ସଂସାର ଭାଙ୍ଗି କରନ୍ତି ଛାରଖାର 

ମନକୁ ରଖି ଦୃଢ଼ କରିବ ବିଚାର 

ଆମ ସୁଖ ଶିରୀ ଦେଖି କିଏ ପକାଉଛି କି ନଜର 

ପର ଲୋକ କଥା ନ ଶୁଣି 

ନିଜର ଯିଏ ଜନ୍ମ ଜନ୍ମର ସାଥୀ 

ସେ କଥାରେ ଦେବ ସବୁବେଳେ ପ୍ରାଧାନ୍ୟ 

ଯଦି ମନକୁ ଆସେ ଅବିଶ୍ବାସ କିଛି 

ପରସ୍ପର ବସି ଆମେ ଆପୋଷ କରିବା ବୁଝାମଣା 

ଦୁହିଁଙ୍କ ମଧ୍ୟରେ ନ ରହିଲେ ଅଖଣ୍ଡ ବିଶ୍ଵାସ 

ଆଜି ଏ କଳି କାଳରେ ସଂପର୍କ ହୁଏ ନଷ୍ଟ 

ମନୋମାନିନ୍ୟରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ 

ହେଉଛି କେତେ କେତେ ବିବାଦ ଅବା ଛାଡ଼ପତ୍ର 

ମୋ ରାଣ ତୁମକୁ ସଂସାରର ଜଞ୍ଜାଳ ଭିତରେ 

ଅଜାଣତରେ ହୁଏ ଯଦି ମୋର କିଛି ବି ତ୍ରୁଟି 

ଭୁଲ୍ ବୁଝିବନି ମୋତେ 

ତୁମେ ନାରୀ ଧୈର୍ଯ୍ୟଶୀଳା ସର୍ବଂସହା 

ତୁମେ ସ୍ନେହମୟୀ କରୁଣାମୟୀ କୃପାକାରିଣୀ 

ତୁମ ସେବା ତ୍ୟାଗରେ ଘର ହୁଏ ପବିତ୍ର ମନ୍ଦିର 

ତୁମେ ଦୀପ ସମ ଜଳି ଦିଅ ଆଲୋକ 

ପତିକୁ ପତନରୁ ଉଦ୍ଧାର କରି ହୁଅ ପତ୍ନୀ 

ପରିବାରରେ ହସ ଖୁସି ସୁଖ ଶାନ୍ତି ଦିଅ ଆଣି 

ତୁମେ ଦୁହିତା ଦୁଇ କୁଳର ହିତା 

ସବୁରି ହିତେ ରହି ପାଳ ବାର ବ୍ରତ ଓଷା 

ମୋ ଉପରେ ରଖିଥିବ ବିଶ୍ୱାସ ଭରସା 

ଦୂରେଇ ଯିବ ବାଧା ବିଘ୍ନ ଆସୁ ଯେତେ 

ଭୁଲ୍ ବୁଝିବନି ମୋତେ......।।

     


Rate this content
Log in

Similar oriya poem from Action