ଭୃଣହତ୍ୟା
ଭୃଣହତ୍ୟା
ମୋର ଆଗମନେ ପ୍ରିତ ପ୍ରତି ପ୍ରାଣ
ମେଞ୍ଚା ମେଞ୍ଚା ହସର ଝଲକ ,
କ୍ଷଣିକରେ ପାଲଟି ଗଲା ଉଦାସ ଉଦାସ
ମଉଳା ଜହ୍ନର ଆଲୋକ ।
ବିନ୍ଦୁ ବିନ୍ଦୁ ତାତିଲା ଅଶ୍ରୁ ଝରିଗଲା
ମାଆର ନୟନ କନ୍ଦରୁ ,
କ୍ଷଣିକରେ ହୃତପିଣ୍ଡ କମ୍ପିଗଲା
ଭୟର ଆଗମନରୁ ।
ସ୍ପଷ୍ଟତାର ନଥିଲା କିଛି ବି ଝଲକ
ବଢିଚାଲେ ବ୍ୟସ୍ଥତା ହୃଦୟର,
ବାର ବାର ପ୍ରଶ୍ନର ଢେଉ ଭାଙ୍ଗୁଥିଲା
ଗଦା ଗଦା ସ୍ୱପ୍ନ ମୋ ଆଖିର ।
ମାଆକୁ ପଚାରେ ନିରବରେ ପ୍ରତିକ୍ଷଣ
କାହିଁକି ବ୍ୟଥିତ ତୁମ ପ୍ରାଣ
ଅନୁଭବି ମୁଁ ଅନୁଭବ କରିପାରଇ
ଏ ସମସ୍ୟାର ମୁଁ ଏକା କାରଣ ।
ହଠାତ୍ ଶୁଭିଲା ଚିତ୍କାରର ସ୍ଵର
ଚମକି ଉଠିଲି ତତ୍କ୍ଷଣ
ଅଧାଗଢ଼ା ଶରୀରକୁ କଷ୍ଟର ଆଭାସ
କିଛି ଗୋଟେ ଭୁଲ୍ ହେଉଥିଲା ଜାଣ ।
ଓଃ କି କଷ୍ଟ ହେଉଅଛି ବାର ବାର
ଯୋଯନା ମୋତେ ମାରିବାର
ଛିଣ୍ଡି ଯାଉଛି ସବୁ ଅ°ଶ ମୋ ଶରୀରର
ଆତ୍ମା ଯେ କାନ୍ଦୁ ଅଛି ମୋର ।
କେମିତି ସହୁଅଛ ତୁମେ ମାତା ମୋର
ମୁଁ ଅଟେ ଦୁହିତା ତୁମର,
ବୋଝ ହେବି ବୋଲି ମନେ ମନେ ଚିନ୍ତି
ଗର୍ଭରୁ କରୁ ଅଛ ଦୂର ।
ଭୁଲ୍ କି ମୁଁ କରିଥିଲି ତୁମ ପାଶେ କୁହ ,
ତୁମେତ ଆଣିଥିଲ ମୋତେ,
ପାଇବା ପୂର୍ବରୁ ପିତାଙ୍କ ପରଶ
ମୃତ୍ୟୁ ଲଭିଲି ମୁଁ ତାଙ୍କ ହାତେ ।
ତୁମେ ପାପି ,ପାପର ବୋଝକୁ ମୁଣ୍ଡାଇଲ
ନିଶ୍ଚଳ ଶିଶୁକୁ ବଧ କଲ,
ମନୁଷ୍ୟରୁ ରାକ୍ଷସର ରୂପ ଧାରଣ କଲ
ନରହନ୍ତା ବୋଲାଇଲ ।
ମୃତ୍ୟ ଦେବାର କି ଅଧିକାର ତୁମର
ଦେଇପାରିବ କି ଜୀବନ
ସେଇମାନେ ଶୋଷିଥାନ୍ତି ଅନ୍ୟର ପରାଣ
ହିଂସ୍ର ପଶୁ ଓ ପିଶାଚ ଗଣ ।
ନିଜେ କନ୍ୟା ହୋଇ ଯେ ଶୋଷନ୍ତି
ଆନ କନ୍ୟାର ଜୀବନ,
ମାଆ ହୋଇ ଶୁଭେ ନାହିଁ ଯାକୁ ଥରେ
ଶନ୍ତାନର କରୁଣ କ୍ରନ୍ଦନ ।
ନିଜେ ସଚେତନ ହୋଇଯାଅ ଥରେ
ପାପ କାର୍ଯ୍ୟରୁ ନିସ୍ତରି ଯାଅ,
ନିରବ ନିଶ୍ଚଳ ପିଣ୍ଡକୁ ହତ୍ୟା କରି
ତୁମେ କି ପିତା ମାତା ବୋଲାଅ ।
ସ୍ଵାର୍ଥପରତାର ମୁକୁଟ ନପିନ୍ଧି ତୁମେ
ଭୃଣ ହତ୍ୟା ରୋକିଦିଅ,
ଈଶ୍ଵର ଦତ୍ତ ଯିଏ ତାକୁ ଆସିବାକୁ ଦିଅ
ଦୁନିଆକୁ ଦେଖିବାକୁ ଦିଅ ।
