STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଭୃଣହତ୍ୟା

ଭୃଣହତ୍ୟା

1 min
319

ନୂଆ ଏ ଭାରତ ନୂତନ ଉମଙ୍ଗ

  ବିଶ୍ବେ ଗୁଞ୍ଜେ ରାଷ୍ଟ୍ର ନାମ,

ସବୁ କ୍ଷେତ୍ରେ ରାଷ୍ଟ୍ର ପ୍ରଗତି ପଥରେ

  ମିଳୁଛି ଦେଶେ ସୁନାମ।


ତଥାପି ଦୁଃଖିତ କରେ ଭୃଣହତ୍ୟା

  ନାହିଁ କାରେ ଜ୍ଞାନ ଧର୍ମ,

ଭୃଣହତ୍ୟା ପରା ପାପର ଅମ୍ବାର

  କରୁ କିମ୍ପା ପାପ କର୍ମ।


ପ୍ରଭୁଙ୍କ ସୃଜନ ବିନାଶ କରୁଛୁ

  କେତେ ପାପ କରୁ ଅଛୁ,

ଜ୍ଞାନୀ ଓ ଶିକ୍ଷିତ ହୋଇ କିମ୍ପା ତୁରେ

  ପାପ କର୍ମେ ପଡ଼ି ଅଛୁ।


ଶାସ୍ତ୍ରରେ ବର୍ଣ୍ଣିତ ଭୃଣହତ୍ୟା ପାପ

  ମହା ପାପ କରୁଅଛୁ

ଝିଅ ଓ ପୁଅର ପାଇଁରେ କିମ୍ପାଇଁ

  କୁକର୍ମ ତୁ କରୁଅଛୁ।


କପାଳ ଲିଖିତ ଘଟିବ ଜୀବନେ

  କିମ୍ପା କରୁ ତାର ଚିନ୍ତା?

ସୃଷ୍ଟି କରିଛନ୍ତି ବ୍ରହ୍ମାଣ୍ଡ ଠାକୁର

  କର୍ମ ପାଇଁ କର ଚିନ୍ତା।


ସତ୍ୟ ପଥ ତୋର ଧର୍ମପଥ ତୋରେ

  କିମ୍ପା କରୁ ଭୃଣହତ୍ୟା?

ପ୍ରେମ ଶ୍ରଦ୍ଧା ତ୍ୟାଗ ଜୀବନରେ ରତ୍ନ

  କର ନାହିଁ ଶିଶୁ ହତ୍ୟା।


ଝିଅର ଜନମେ ଲକ୍ଷ୍ମୀ ଆଗମନ

  ଝିଅ ପାଇଁ ଭୃଣହତ୍ୟା,

ଧିକ୍କାର ଜୀବନ ମନୁଷ୍ୟ ଜୀବନ

  କରୁ କିମ୍ପା ତାରେ ହତ୍ୟା।


ଝିଅ ଓ ପୁଅତ ଶକ୍ତିଶାଳୀ ଏବେ

  କରୁ କିମ୍ପା ପକ୍ଷପାତ?

ଝିଅ ସବୁକ୍ଷେତ୍ରେ ଆଗୁଆ ଆଜିରେ

  ସମ୍ମାନ କରହେ ନିତ୍ୟ।


ନାହିଁ ଭୃଣହତ୍ୟା ଜନ୍ମିବାକୁ ଦିଅ

  ଅଲିଅଳି ଝିଅ ତୋର,

ଦେଖିବୁ ତୁହିରେ ପଥପ୍ରଦର୍ଶକ

  ହେବରେ ଝିଅଟି ତୋର।


ଭରି ଦେବ ଗୃହ ସମ୍ମାନ ଅମ୍ବାର

  ଲକ୍ଷ୍ମୀପୂର୍ଣ୍ଣ ହେବ ଗୃହ,

ପୁଅଠାରୁ ବେଶୀ ସମ୍ମାନ ଆଣିବ

  ସମ୍ମାନିତ ହେବ ଗୃହ।


ଛାଡ଼ ଭୃଣହତ୍ୟା ଆସିବାକୁ ଦିଅ

  ରାଷ୍ଟ୍ରର ହେବ ମଙ୍ଗଳ,

ବଞ୍ଚିତ ରୁହହେ ଭୃଣହତ୍ୟା ଠାରୁ

  ରାଷ୍ଟ୍ରକୁ କର ଉଜ୍ଜ୍ୱଳ।


ପରା ଭୃଣହତ୍ୟା ମହାପାପ କର୍ମେ

  ଦିଅ ତିଳାଞ୍ଜଳି ତାକୁ,

ଜନ୍ମିବାକୁ ଦିଅ ଝିଅ ଅବା ପୁଅ

  ସତ୍କାର କରହେ ତାକୁ।


ଅନ୍ଧାର ପ୍ରଦୀପ ହେବ ପରା ଝିଅ

  ଆଦର ରଖରେ ତାରେ,

ଜନମ ଗ୍ରହଣ କରୁ ମାତା ଗର୍ଭୁ

  କର ନାହିଁ ହତ୍ୟା ତାରେ।


ଜ୍ଞାନୀ ହୋଇ କିମ୍ପା କରୁ ଏହୁ କର୍ମ?

  କୃଷ୍ଣ ରାମ ରାଷ୍ଟ୍ରେ ଜନ୍ମି,

କାଳିଆ ଭୁଇଁରେ କରୁ ଭୃଣହତ୍ୟା

  ମନୁଷ୍ୟ ଜନ୍ମରେ ଜନ୍ମି।


କର ଆରାଧନା କୃଷ୍ଣ ରାମ ପଦେ

  ଗୁଞ୍ଜୁ ହୃଦେ ଜଗା ଜଗା,

ଭୃଣହତ୍ୟା ନହୁ ପବିତ୍ର ରାଷ୍ଟ୍ରରେ

  କର ଭକ୍ତି ନିତ୍ୟେ ଜଗା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy