STORYMIRROR

Jagannath Barik

Inspirational

4  

Jagannath Barik

Inspirational

ଭ୍ରମଣ

ଭ୍ରମଣ

1 min
444

କର୍ମମୟ ଅଟେ ଏହି ଜୀବନ

ନାହିଁ ଶାନ୍ତି ନାହିଁ ଅପନୋଦନ |


ବିଶାଳ ସୃଷ୍ଟିକୁ ଦେଖିବା ପାଇଁ

ମାନବ ହାତରେ ସମୟ ନାହିଁ |


ଯେବେ ମିଳିଯାଏ ସୁଅବସର

ଜମିଯାଏ ବୁଲା ବୁଲି ଆସର |


ଭ୍ରମଣ ହୁଏ ଆନନ୍ଦଦାୟକ

ନୂଆ ସ୍ଥାନ ଦେଖି ଲଭି ପୁଲକ |


ଧରି ବସ କାର ରେଳ ଗାଡ଼ି

ବ୍ୟୋମଯାନେ ଅବା ଶୂନ୍ୟରେ ଉଡ଼ି |


ପର୍ଯ୍ୟଟନ କ୍ଷେତ୍ର ତୀର୍ଥ ଭ୍ରମଣ

ମତି ହୋଇଯାଏ ପରିବର୍ତ୍ତନ |


ଦେବଭୂମି କରୁଥିଲେ ଦର୍ଶନ

ଶୁଦ୍ଧ ପୂତ ହୁଏ କଳୁଷ ମନ |


ପାହାଡ଼ ପର୍ବତ ନଦୀ ନିର୍ଝର

ପ୍ରକୃତି ରାଣୀର କେଳି ନଅର |


ଯେତେ ଦେଖୁଥିଲେ ଲାଗଇ ନୂଆ

ବନ ଭ୍ରମଣରେ ଆନନ୍ଦ ଥୁଆ |


ବନ ବିହଙ୍ଗମ କଳ କୂଜନ

ହସ୍ତୀ ବ୍ୟାଘ୍ର ସରୀସୃପ ଗର୍ଜନ |


ଚିଡ଼ିଆଖାନାରେ କଲେ ଭ୍ରମଣ

କେତେ ଜୀବ ଜନ୍ତୁ ହେବ ଦର୍ଶନ |


ମିଉଜିୟମରେ ମୃତ ଅତୀତ

ଆମର ଐତିହ୍ୟ ତହିଁ ସଞ୍ଚିତ |


ନଦନଦୀ ହ୍ରଦେ ନାବେ ଭ୍ରମଣ

କଳ କାରଖାନା କଲେ ଦର୍ଶନ |


ଦେଶ ଦେଶାନ୍ତର କଲେ ଭ୍ରମଣ

ଜ୍ଞାନ ପରିସୀମା ହୁଏ ବର୍ଦ୍ଧନ |


ଗତାନୁଗତିକ ଜୀବନ ଧାରା

ବିର୍ବର୍ତ୍ତନ ହୁଏ ଭ୍ରମଣେ ସାରା |


ଘସରା ଜୀବନ ହେବ ରସାଣ

ବଢ଼ିବ ଉତ୍ସାହ କର୍ମ ପ୍ରାଧାନ୍ୟ |


ଭ୍ରମଣ ସୁସ୍ଥ ରଖଇ ମାନସ

ଜୀବନ ହେବ ସୁନ୍ଦର ସରସ |



Rate this content
Log in

Similar oriya poem from Inspirational