ଭରଚୁଆଲ ବିବାହ
ଭରଚୁଆଲ ବିବାହ
ବେଦ ମନ୍ତ୍ର ହୋମ ନାହିଁ ସାଜସଜା
ବାଜା ବାଣଙ୍କ ରୋଷଣୀ
ନାହିଁ ଗାଡି ଘୋଡା ସବାରୀ ପାଲିଙ୍କି
ଭରଚୁଆଲ ବିଭା କାହାଣୀ ।
ବନ୍ଧୁ ବାନ୍ଧବଙ୍କ ଘରେ ନିମନ୍ତ୍ରଣ
ଏବେ ଆଉ ନ ହୋଇବ
ମଥାରେ ପଗଡି ବାନ୍ଧି ବନି ବର
ପାଦେ ଅଳତା ନ ଥିବ
ନ ପଡିବ ହୁଳହୁଳି
କଳସୀ ବସିବ ନାହିଁ ତ ଦୁଆରେ
ଭରଚୁଆଲ ବିବାହ କାହାଣୀ ।
ଗହଳି ଚହଳି ଲାଗିବନି ଆଉ
ସାଙ୍ଗ ସାଥିଙ୍କର ମେଳ
ବିଜ୍ଞାନ ଯୁଗରେ ମଣିଷ ଅଜ୍ଞାନ
ଦୂର ଭାଷାରେ କଟୁଛି ବେଳ
ସ୍ୱାମୀ ସ୍ତ୍ରୀର ବନ୍ଧନ
କେତେ ଦୂର ଏହା ହୋଇବ ସଫଳ
ଚିନ୍ତା କର ଜ୍ଞାନ ଗୁଣି।
ଏହା ତ
ଭରଚୁଆଲ ବିବାହ କାହାଣୀ

