ଭୋକର ନାଟ
ଭୋକର ନାଟ
ଭୋକ,
ଏ କଥା ସତ, ପେଟ ପାଇଁ ଭୋକ,
ଭୋକ ପାଇଁ ପେଟ
ଭୋକ ପାଇଁ ସମାଜ ଭିତରେ ସବୁ
ଲାଗେ ତ ନାଟ |୧|
ପେଟର ଭୋକ ତ ଆଉଟୁ ପାଉଟୁ
କରିଦିଏ ଜୀବନକୁ
ବଦଳାଏ ଦିଗ ମଣିଷର ସେଇ ଭୋକ
ମେଣ୍ଟାଇବାକୁ |୨|
ଭୋକ,
ସେନେହ ପିରତି ଲାଳସାର ଭୋକ
ପରା ଅନ୍ୟ ପ୍ରକାର
ନିଅଣ୍ଟ ପଡେ ସମାଜରେ ମଣିଷର
ସମସ୍ତ ବ୍ୟବହାର |୩|
ଦେହର ଭୋକ ଯଦି ଥରେ ମନ
ଭିତରେ ପ୍ରବେଶ କରେ
ସେ ହେଉ ନର ଅବା ନାରୀ, ସରବ
ବ୍ୟଭିଚାର କରିଥାଏ |୪|
ଲୋଲୁପ ଦୃଷ୍ଟିରେ ଦେଖଇ ଏ ପୁରୁଷ
ସ୍ତ୍ରୀର ଯଉବନକୁ
ବେଶୀ ସମୟ ନଲାଗେ ଧର୍ଷଣ ହତ୍ୟା
ସବୁ କରିବାକୁ |୫|
ଭୋକ,
ପୁଅ ଜନମ ଭୋକରେ ନାରୀର ବଇରି
ସାଜେ ଏକ ନାରୀ
ଗର୍ଭୋଦୟ ବେଳୁ ପାତର ଅନ୍ତର ପାଇଁ
ଦୁଃଖ ଭୋଗେ ନାରୀ |୬|
କନ୍ୟାଟିଏ ବୋଲି ହତାଦର ହୁଏ ଧରାକୁ
ଛୁଏଁ ସେ ନାହିଁ
ଜନମ ପୂର୍ବରୁ ଜନନୀ ଜଠରୁ ସଫା ହୋଇ
ଯାଏ ସେହି |୭|
ଭୋକ,
କ୍ଷମତା ଓ ପ୍ରତିଷ୍ଠାର ଭୋକ ତ ଅଟେ
ଜାଣ ସବୁଠୁ ଭୟଙ୍କର
ଭୂଲ କରୁଛି କି ଠିକ୍ କରୁଛି, କିଛି ଜାଣି
ନପାରଇ ସେ ନର |୮|
ଦୁନିଆର ସବୁ ଅପରାଧ ଦ୍ୱାରା ସୃଷ୍ଟିର କରି
ଥାଏ ଧ୍ୱଂସ ସେହି ମଣିଷ
ରକ୍ଷକ ହୋଇ ଭକ୍ଷକ ସାଜେ, ହଜିଯାଏ
ତାଠୁ ସେନେହ ଶରଧା ହସ |୯|
