STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ଭୋକିଲା ପେଟର ଦୁଃଖ

ଭୋକିଲା ପେଟର ଦୁଃଖ

1 min
511

ସୃଷ୍ଟି ଆରମ୍ଭରୁ ଭୋକ ସାଥେ ଅଛି କରାଏ କର୍ମ ମୁଖର

ଭୋକ ବିନା ହିଂସ୍ର ସିଂହ ବାଘ ଭାଲୁ ହୋଇ ନଥାନ୍ତେ ଟି ହିଂସ୍ର

ମଣିଷ ଶୁଅନ୍ତା ଅଳସୁଆ ହୋଇ ନଥାନ୍ତା ଭବିଷ୍ୟ ଚିନ୍ତା

ଲଢେଇ ଯୁଦ୍ଧର ବିଭୀଷିକା ବିନା ନସାଜାନ୍ତା କେହି ହନ୍ତା

ଭୋକ ଶିଖାଇଛି ପ୍ରତିଦ୍ୱନ୍ଦିତା ନିୟମ ଅନୁବର୍ତ୍ତିତା

ଶୃଖଂଳା ଜ୍ଞାନ ଜୀବଜନ୍ତୁଙ୍କର କରମ ତତ୍ପରତା

ଭୋକ ଖାଲି ନୁହେଁ ପେଟରେ ସୀମିତ ଦେହର ମନର ଭୋକ

ଧନ ମାନ ଭୋକ ପରଶଂସା ଭୋକ ନ ପାଇଲେ ଦିଏ ଶୋକ

ମୂଳ ପେଟ ଭୋକ ଅଭାବୀ ନରକୁ ଦିଏ ନରକର ଗତି

ଅଇଁଠା ପତର ସାଥିରେ ଲଢେଇ କରି ହୁଏ ମୂଢ ମତି

ମାଆ ବାପ ବିକି କୋଳର ସନ୍ତାନ ପାଲଟେ ମୁଖ୍ୟ ଖବର 

ଆତ୍ମ ହତ୍ୟା କିଏ ବରିନିଏ କିଏ ହାତରେ ଧରେ କଟାର

ଇଥିଓପିଆ ବିଶ୍ୱରେ ପ୍ରସିଦ୍ଧ ଭାରତରେ କଳାହାଣ୍ଡି

ଭୋକର ଜଳାରେ ଅସ୍ତବ୍ଯସ୍ତ ଜନ ଦେଖେନାହିଁ ଭାତହାଣ୍ଡି

ଭୋକପାଇଁ କେତେ ରାଜନୀତି ଚାଲେ ବଦଳଇ ସରକାର

ଖାଦ୍ୟ ସୁରକ୍ଷା ଯୋଜନା ଆଣିଲେ ମନମୋହନ ସର୍କାର

ଭୋକର ପ୍ରଭାବ ଉଣା ପଡିଲାଣି ଭିକାରୀ ବି ଆଜି ଧନୀ

ବାର୍ଦ୍ଧକ୍ୟ ଭତ୍ତା ବିଧବା ଭତ୍ତା ସରକାର ଦିଏ ଗଣି

ଅଣଦେଖା କାହିଁ ଅଭାବ କଷଣ ତଥାପି ଟେକୁଛି ଫଣା

ଭୋକ ଏକ ବ୍ୟାଧି ଗତି ନିରବଧି କରିଦିଏ ତାଳୁ କଣା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract