STORYMIRROR

Anjana Naik,Anju..Deogarh

Classics

3  

Anjana Naik,Anju..Deogarh

Classics

ଭୋକିଲା ପେଟର ଦାଉ

ଭୋକିଲା ପେଟର ଦାଉ

1 min
468


ମୁକ୍ତ ଆକାଶ ତଳେ ଆଜି

ଜୀବନ ଜୀବିକା ଦୁର୍ବିସହ

ଜରାଜିର୍ଣ କ୍ଷୀଣ ଦେହ 

ଚ଼ାଖଣ୍ଡେ ପେଟରେ

ଘଡ଼ି ଘଡ଼ି ଭୋକର ଦାଉ

ଅସହ୍ୟ ସେ ଜ୍ବଳନର ଦାହ 

ପ୍ରତ୍ୟହ ଗଣ୍ଡାଏ.. ଭାତର ଅଭାବ

ଜୀବନ ଯୁଧ୍ୟରେ ଅହରହ ସେ

ସଂଗ୍ରାମ କରି ହାରୁଛି ବାରମ୍ବାର

ଅନେକ ଦିନରୁ ।


ଦୁନିଆର ମଣିଷ ପଣିଆଁ ଭାବ 

ତା ଠାରୁ କୋଷେ ଦୂର

ମନରେ ଅଶୁମାରି ସ୍ବପ୍ନର ସମ୍ଭାର

ନୂଆ ଲୁଗା ସ୍ବପ୍ନ ରହିଯାଏ

ଅଣ୍ଟାରେ ଚ଼ାରି ହାତର କେବଳ

ମଇଳା ଛିଣ୍ଡା କନାରେ 

ତାର ଲାଜ ଲୁଚ଼ଉଛି

କେଉଁ ଯୌବନ କାଳରୁ ।


ସୌନ୍ଦର୍ଯ୍ୟ ରୂପରେଖ କ'ଣ

ନୁଖୁରା ବାଳ ମୁକୁଳା କରି

ଲୋକ ଗହଳିରେ ଦିଶେ 

ନିଶ୍ବ ତାର ରୂପର ପସରା 

ହତାସିଆ ଝାଉଁଳା ମୁହଁ

ନିପାଣିଆଁ ପାଣ୍ଡୁର ଓଠରେ 

ଢୋକ ନେଉଥିବା ତଣ୍ଟି 

ଅଠା ଅଠା ଲାଗେ ତାକୁ

କାହିଁ କେତେ ବେଳରୁ । 


ତା ଭୋକ ପାଇଁ 

ପରର ହାତଟେକା ହିଁ ଶ୍ରେୟସ୍କର 

ରାସ୍ତାର ପ୍ଲାଷ୍ଟିକ୍ ଜରି ଗୋଟେଇ 

ପରିବେଶ ନିତି ସଫା କରି 

ସେ ବୋଲାଏ ମଳିମୁଣ୍ଡିଆ 

ପାଏ କିଛି ପ୍ରତିବଦଳରେ

ସଭ୍ୟ ସମାଜ ପାଖରୁ 

ଧିକ୍କାର ଶତ ଶତ ବାର

ସମସ୍ତଙ୍କ ମୁହଁରୁ । 


ଏଇ ପେଟ ପାଇଁ ବିକଳରେ

ଗଳି ଗଳି ବୁଲେ 

ଇଜ୍ଜତ ପାଇବାର ତ ଆଶାନାହିଁ

ତାର ସହମତି ଲୋଡ଼ନାହିଁ କେବେ

ତଥାପି ବିନା ବଇନାରେ

ବାସ୍ ସଞ୍ଚିଥିବା ଦେହଟି 

ଅଜାଣତରେ ଲୁଣ୍ଠନ ହୋଇଯାଏ 

ସେ ଅନ୍ଧାର ଗଳିରେ 

ବୁଲୁଥିବା ଲମ୍ପଟର

ଭୋକ ମେଣ୍ଟାଇ ଆସୁଛି  

ଅନେକ ଦିନରୁ । 


ଏଇ ଆକାଶ ହିଁ ରହିଛି ସାକ୍ଷୀ 

ଜୀବନ ଯୁଧ୍ୟରେ ଅହରହ ସେ

ସଂଗ୍ରାମ କରି ହାରୁଛି ବାରମ୍ବାର

ଏ ଅନ୍ଧାର ଯୁଗ ଆଉ କେତେଦିନ 

ବଞ୍ଚିବାର ରାହା କେବେ 

କାହିଁ ଥଳ ଅବା କୂଳର ଆଶ୍ବସ୍ତି

ଭୋକିଲା ପେଟର ଦାଉରେ

ଯୁଝି ଆସୁଛି ତମାମ ଜୀବନ 

ବୁଦ୍ଧି ପାଇଲା ଦିନରୁ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics