Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

pravasini Senapati

Tragedy

2.3  

pravasini Senapati

Tragedy

ଭୋକିଲା ପେଟ

ଭୋକିଲା ପେଟ

1 min
239


ଗରିବ ହେବାଟା କେଉଁ ଅପରାଧ

କୁହ ହେ ଉପର ଵାଲା

ଭୋକିଲା ପେଟରେ ଚାହିଁ ବସିଅଛି

ମୁଁ ବୃଦ୍ଧ ରିକ୍ସାବାଲା ।


ତିନି ଦିନ ହେଲା ଚୁଲି ମୋ ଜଳିନି

ଘରେ ନାହିଁ ତେଲ,ଲୁଣ

ପିଲା, ଘରଣୀ ମୋ ଭୋକ ଉପାସରେ

ହେଉଛନ୍ତି ହୀନିମାନ ।


ଧିକ ମୋ ଜନମ ମୋ ପିତା ପଣିଆ

ଧିକ ଧିକ ଶତ ଧିକ

ଯୋଗାଇ ପାରୁନି ମୁଠାଏ ଅନ୍ନ ମୁଁ

ମେଣ୍ଟାଇ ପାରୁନି ଭୋକ ।


କିଏ ଖାଏ ଖିରୀ ,ମଦ,ମାଂସ ,ପୁରି

ସୁଏ ତୁଳି ତଳ୍ପ ସେଜେ

ମୁଠାଏ ପଖାଳ ଦେଇପାରୁନାହିଁ

ପିଲାଙ୍କୁ ମୋହର ମୁଁ ଯେ ।


ଏ ଭଙ୍ଗା ରିକ୍ସା ଆସରା ମୋହର

ଟାଣେ ମୋ ରୁଗ୍ଣ ଶରୀର

ଦି' ପଇସା ଯଦି ମିଳି ଯା'ନ୍ତା ଆଜି

ବଞ୍ଚି ଯାନ୍ତେ ପିଲା ମୋର ।


ଏ କି ଅବିଚାର ଦଇବ ତୁମର

କରିଛି ମୁଁ କେଉଁ ଦୋଷ

ଦୟାର ସାଗର ମୋ ବେଳକୁ କିଆଁ

ଶୁଖିଛି ହେ ଜଗଦୀଶ ।


Rate this content
Log in