ଭୋକିଲା ପେଟ
ଭୋକିଲା ପେଟ
ଦୁନିଆରେ ପେଟ ପାଇଁ ଲାଗିଅଛି ସବୁଠି ନାଟ
ଗରିବ ଅସହାୟ କହେ କିଛି ଦିଅ ମୋତେ ମୋର ଭୋକିଲା ପେଟ
ଭୋକ ଉପବାସରେ ମଣିଷ ବ୍ୟାକୁଳ ହୁଏ
ପେଟ ପାଇଁ ବାର ଦ୍ୱାର ହାତ ପାତି ମାଗୁଥାଏ
ଭୋକିଲା ପେଟ ପାଇଁ କରେ କେତେ ପରିଶ୍ରମ
ରାତିରେ ବି ନିଦ ହୁଏ ନି ପେଟ ପାଇଁ
ନିଏନି ବିଶ୍ରାମ
ଭୋକର ଜ୍ୱାଳାକୁ ସହି ହୁଏନି
ଦୁଃଖ ବୁଝିବାକୁ କେହି ପାଖେ ଆସେନି
ପେଟ ପାଇଁ ପର କଥା କେତେ ସହୁଛି ମୁହିଁ
ଧନ ସମ୍ପତ୍ତି ମୋହର କିଛି ତ ନାହିଁ
ଭୋକିଲା ପେଟ ଯେବେ ରହିଥାଏ ମୋର
କେତେ ବଡ଼ ବାବୁଙ୍କର ଧରଇ ପୟର
ଭୋକିଲା ପେଟ କିଛି ଦେଖଇ ନାହିଁ
ଅଇଣ୍ଠା ବି ଖାଇଦିଏ ବଞ୍ଚିରହିବା ପାଇଁ
ହେ ଈଶ୍ୱର ଏମିତି ଦିନ କାହାକୁ କେବେ ନ ଦେବ
ଭୋକିଲା ପେଟକୁ ଦାନା
ପିନ୍ଧିବାକୁ କନା ସଦା ଦେଉଥିବ