STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଭୋକିଲା ପେଟ

ଭୋକିଲା ପେଟ

1 min
180

ଦୁନିଆରେ ପେଟ ପାଇଁ ଲାଗିଅଛି ସବୁଠି ନାଟ

ଗରିବ ଅସହାୟ କହେ କିଛି ଦିଅ ମୋତେ ମୋର ଭୋକିଲା ପେଟ

ଭୋକ ଉପବାସରେ ମଣିଷ ବ୍ୟାକୁଳ ହୁଏ

ପେଟ ପାଇଁ ବାର ଦ୍ୱାର ହାତ ପାତି ମାଗୁଥାଏ

ଭୋକିଲା ପେଟ ପାଇଁ କରେ କେତେ ପରିଶ୍ରମ

ରାତିରେ ବି ନିଦ ହୁଏ ନି ପେଟ ପାଇଁ

ନିଏନି ବିଶ୍ରାମ

ଭୋକର ଜ୍ୱାଳାକୁ ସହି ହୁଏନି 

ଦୁଃଖ ବୁଝିବାକୁ କେହି ପାଖେ ଆସେନି

ପେଟ ପାଇଁ ପର କଥା କେତେ ସହୁଛି ମୁହିଁ

ଧନ ସମ୍ପତ୍ତି ମୋହର କିଛି ତ ନାହିଁ

ଭୋକିଲା ପେଟ ଯେବେ ରହିଥାଏ ମୋର

କେତେ ବଡ଼ ବାବୁଙ୍କର ଧରଇ ପୟର

ଭୋକିଲା ପେଟ କିଛି ଦେଖଇ ନାହିଁ

ଅଇଣ୍ଠା ବି ଖାଇଦିଏ ବଞ୍ଚିରହିବା ପାଇଁ

ହେ ଈଶ୍ୱର ଏମିତି ଦିନ କାହାକୁ କେବେ ନ ଦେବ

ଭୋକିଲା ପେଟକୁ ଦାନା 

ପିନ୍ଧିବାକୁ କନା ସଦା ଦେଉଥିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational