ଭୋଖ
ଭୋଖ
ଧନୀ କି ଗରୀବ
ଚାଷୀ ବା ସୈନିକ
ଠକ ଅବା ପ୍ରତାରକ
ଭୋକ ତ ଅନେକ
ମୁଠାଏ ଦାନା ପାଇଁ
ଖଣ୍ଡିଏ କନା ପାଇଁ
ଜାଗା ଟିକେ ମୁଣ୍ଡ ଗୁଞ୍ଜିବା ପାଇଁ
ପୁଣି ଦେହର ଦାହ ପାଇଁ
ଲୋଭ ହିଂସା ରାଗ ରୋଷ
ଈର୍ଷା ହତ୍ୟା ଲୁଣ୍ଠନ ଦ୍ୱେଷ
ସବୁ ସେଇ ଭୋକ ପାଇଁ
ଏସବୁ ବ୍ୟତିରେକ ଭାଇ
ସବୁଥାଇ ପେଟ ପିଠି ଛାତି ପାଇଁ
ତଥାପି ଭୋକର ସାମଗ୍ରିକ ସତ୍ତା
ବଢୁଥାଏ ଏତେ କଣ ପାଇଁ
କରୋନା ତ ଆସିଛି ସେଥିପାଇଁ
ପୁଣି ଚେତେଇ ଦେବାକୁ
ମଣିଷପଣିଆ ଆପଣେଇ
ପେଟର ଜ୍ୱାଳାକୁ ଭୋକ କହିବା ପାଇଁ.
